ଟିଟିଲାଗଡ଼ ଗସ୍ତରେ ଉନ୍ନୟନ ସଚିବ ଅନୁ ଗର୍ଗ

  • ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଉନ୍ନୟନ ସଚିବ ଅନୁ ଗର୍ଗଙ୍କ ସହ ବୈଷୟିକ ଟିମ୍‌ ଏବଂ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବୁଧବାର ସକାଳ ୧୦ଟା ସମୟରେ ଆସି ଟିଟିଲାଗଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ପ୍ରଥମେ ପିପଲପଦର ଠାରେ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଭିତର ଏବଂ ନିର୍ମିତ ହେଉଥିବା ନିର୍ମାଣ କାମ ବୁଲି ଦେଖିବା ପରେ ନିକଟରେ ଥିବା ଆଦର୍ଶ ଟିଏଚଆର ୟୁନିଟକୁ ଯାଇ ଛତୁଆ କିପରି ପ୍ରସ୍ତୁତ ହେଉଥିଲା ତାହା ମଧ୍ୟ ଭିତରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ପଚାରି ବୁଝିଥିଲେ । ତା’ପରେ ସେଠାରୁ ବନ୍ଦ ପଡିଥିବା ଦେଶିଲ ଚାହାରଭଟା ଶୀତଳ ଭଣ୍ଡାର ବୁଲି ଦେଖିବା ସହ ଅତି ଶୀଘ୍ର କାର୍ଯ୍ୟକ୍ଷମ କିପରି କରାଯିବ ସେ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ଗସ୍ତ ସମୟରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢୀ, ଭାରପ୍ରାପ୍ତ ସିଡିଏମଓ ଡ. କୁବେର ଚନ୍ଦ୍ର ମହନ୍ତ, ଟିଟିଲାଗଡ ଏସଡିଏମଓ ପି କେ ନାଏକ, ବିଭିନ୍ନ ବିଭାଗର ଅଧିକାରୀ, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ କୁମାର ମିଶ୍ର, ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଏବଂ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖିବା ପାଇଁ ଉନ୍ନୟନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆସିଛନ୍ତି ଏବଂ ଯଥା ଶୀଘ୍ର ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ।

Leave A Reply

Your email address will not be published.