ନୂଆପଡାକୁ ଦିନିକିଆ ଗସ୍ତରେ ଆଇଜି ଅପରେସନ ଅମିତାଭ ଠାକୁର

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ଜିଲ୍ଲା ଦିନିକିଆ ଗସ୍ତରେ ଆଇଜି ଅପରେସନ ଅମିତାଭ ଠାକୁର । ଏନେଇ ତାଙ୍କ ସହିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ଆଇଜି ସିଆର୍‌ପିଏଫ୍‌ ଭିକେ ବିରଡି ଜିଲ୍ଲାର ମାଓପ୍ରବଣ ସୁନାବେଡା ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ । ଏଥିସହ ନୂଆପଡା ସଦରଠାରେ ବରିଷ୍ଠ ପୋଲିସ, ସିଆର୍‌ପିଏଫ୍‌, ଡିଭିଏଫ୍‌, ଏସ୍‌ଓଜି ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରି ଫେରି ଯାଇଛନ୍ତି । ଏଥିସହ ମାଓପ୍ରବଣ ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ, ଜାମଗାଁ, ସୁନାବେଡା ଅଞ୍ଚଳ ପରିଦର୍ଶନ କରିବା ଅତି ନିକଟରୁ ମାଓ ଗତିବିଧି ଉପରେ ନିରୀକ୍ଷଣ କରିଛନ୍ତି । ଗତ ୨୦୦୮ ମସିହାରୁ ନୂଆପଡା ଜିଲ୍ଲାର ସୁନାବେଡା ଅଭୟାରଣ୍ୟ, ବୋଡେନ ପାଟଧରା, ସିନାପାଲି ନଙ୍ଗଲବୋଡ଼, ଘାଟମାଲ ଅଞ୍ଚଳରେ ମାଓବାଦୀ ଥିବା ଜଣାପଡିଥିଲା । ସେହି ସମୟରେ ପ୍ରଚୁର ସଂଖ୍ୟାରେ ମାଓବାଦୀ ଲୁଚି ରହି ହିଂସା ଘଟାଉଥିଲେ । ସେତେବେଳେ ସାଧାରଣ ଧନ ଜୀବନ ମଧ୍ୟ କ୍ଷତି ଘଟିଛି । ମାଓପ୍ରବଣ ଜିଲ୍ଲା ଭାବରେ ନୂଆପଡା ରାଜ୍ୟରେ ଚର୍ଚ୍ଚିତ ଥିଲା ହେଲେ ଏବେ ରାଜ୍ୟରେ ନକ୍ସଲ ସଂଖ୍ୟା କମିଛି । ତେବେ ଏହି କ୍ରମରେ ନୂଆପଡା ଜିଲ୍ଲାରେ ମଧ୍ୟ ମାଓବାଦୀ ସଂଖ୍ୟା କମିଛି ବୋଲି ଆଇଜି ଅପରେସନ ଅମିତାଭ ଠାକୁର ପ୍ରକାଶ କରିଛନ୍ତି । ତେବେ ଏକାଧିକ ମାଓବାଦୀ ମୃତ୍ୟୁ ମୁଖରେ ପଡିଥିବା ବେଳେ ଅନେକ ମାଓବାଦୀ ହିଂସା ଛାଡି ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ସହ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି । ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜି ପୋଲିସ, ସିଏମ୍‌ ଆହ୍ବାନ କରିଛନ୍ତି ବୋଲି ଆଇଜି ଅପରେସନ ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟବ୍ୟାପୀ ନକ୍ସଲଙ୍କ ସଂଖ୍ୟା କମି କମି ଯାଉଛି, ଏହି କ୍ରମରେ ନୂଆପଡା ଜିଲ୍ଲାରେ ମଧ୍ୟ ନକ୍ସଲଙ୍କ ସଂଖ୍ୟା କମିଛି । ଆଗକୁ ନୂଆପଡା ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା କରିବା ଲକ୍ଷ୍ୟ ରହିଛି ବୋଲି ଆଇଜି ଅପରେସନ ପ୍ରକାଶ କରିଛନ୍ତି । ନୂଆପଡା ଜିଲ୍ଲା ଛତିଶଗଡ ସୀମାନ୍ତରେ ଏକ ଅଞ୍ଚଳ ଥିବା ସହ ଘଞ୍ଚ ଜଙ୍ଗଲ ରହିଛି ଯାହାରା ଫାଇଦା ଉଠାଇ ନକ୍ସଲ ଖସିଯାଏ । ଯେଉଁ କାରଣରୁ ଅତୀତରେ ଆମର ଅନେକ କ୍ଷତି ହୋଇଛି । ତେବେ ଏନେଇ ଆଗକୁ ଛତିଶଗଡ ଯବାନ ପୋଲିସ ସହ ସୁସମ୍ପର୍କ ରଖି ସୀମାନ୍ତରେ କୁମ୍ବିଂ ଅପରେସନଙ୍କୁ ଜୋରଦାର କରାଯିବ ବୋଲି ପ୍ରକାଶ କରିଛନ୍ତି । କୁମ୍ବିଂ ଅପରେସନକୁ ସୁଦୃଢ କରି ନକ୍ସଲ ମୁକ୍ତ କରାଯିବ । ନକ୍ସଲଙ୍କ ସଂଖ୍ୟା କମିବା ସହ ତାଙ୍କ ପାଖରେ ଅତ୍ୟାଧୁନିକ ରଣ କୌଶଳ ସାମଗ୍ରୀ ନାହିଁ । ଯାହାକି ଆମ ଯବାନ ସହ ସାମ୍ନା କରି ପାରିବ ନକ୍ସଲ । ଆମର ଆହ୍ବାନ ଅଛି ନକ୍ସଲ ହିଂସା ଛାଡି ଆତ୍ମସମର୍ପଣ କରନ୍ତୁ ଏବଂ ସରକାରଙ୍କ ଯୋଜନାର ଲାଭ ଉଠାଇବା ସହ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ନହେଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବେ । କାରଣ ନକ୍ସଲ ମୁକ୍ତ କରିବା ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଦେଇଛୁ ବୋଲି ଅମିତାଭ ଠାକୁର ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.