lika

କେନ୍ଦୁଝର ଜଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭିନ୍ନ ପ୍ରକଳ୍ପ କରିବେ ଶୁଭାରମ୍ଭ ଓ ଶିଳାନ୍ୟାସ

gbag

କେନ୍ଦୁଝର : ସୋମବାର କେନ୍ଦୁଝର ଜଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦୁଝର । ମୁଖ୍ୟମନ୍ତ୍ରୀ ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶୁଭାରମ୍ଭ, ବୋଦାପଳସାସ୍ଥିତ ଧରଣୀଧର ସ୍ପୋର୍ଟସ କମ୍‌ପ୍ଲେକ୍ସ ଲୋକାର୍ପଣ, ହାଡବନ୍ଧ ପୋଖରୀ ଲୋକାର୍ପଣ, ବଳଦେବଜିଉ ମନ୍ଦିର ଭୋଗ ମଣ୍ଡପ ଲୋକାର୍ପଣ, ଅଡିଟିରିୟମ୍‌ ଲୋକାର୍ପଣ ସହିତ ଯୋଡା, ବଡବିଲ, ଆନନ୍ଦପୁର ଆଦି ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ।

ମେଡିକାଲ କଲେଜ ପରିସରରେ ଲୋକାର୍ପଣ କାର୍ଯ୍ୟକ୍ରମ ରହିଥିବା ବେଳେ ଅଡିଟୋରିଅମରେ ଭିଡିଓ ସ୍କ୍ରିନିଂ ଏବଂ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହାପରେ ମେଡିକାଲ କଲେଜ ନିକଟ ପଡିଆରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ହିତାଧିକାରୀଙ୍କୁ ରେଟ୍ରୋ ଫିଟେଡ ସ୍କୁଟର ବଣ୍ଟନ, ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ, ମିଶନ ଶକ୍ତି ଏସ୍‌ଏଚ୍‌ଜିଙ୍କୁ ବିନା ସୁଧରେ ଋଣ ପ୍ରଦାନ ଏବଂ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି ।

ମେଡ଼ିକାଲ କଲେଜକୁ ସାଜସଜ୍ଜା କରିବା ସହ ଉକ୍ତ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାଘାଟ ସଫେଇ, ମରାମତି ଓ ସୌନ୍ଦର୍ଯ୍ୟିକରଣ କରାଯାଉଛି । ସାଧାରଣ ସଭାସ୍ଥଳରେ ବିଶାଳ ଟେଣ୍ଟ ନିର୍ମାଣ ହୋଇଛି । ଟ୍ରାଫିକ୍‌ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ଏବଂ ଜିଲ୍ଲା ପୁଲିସ ପକ୍ଷରୁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଉଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳୀୟସ୍ତରରେ ମଧ୍ୟ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

babaa
Leave A Reply

Your email address will not be published.