ଯୋଜନା ଓ ସମନ୍ୱୟ ସ୍ଵତନ୍ତ୍ର ସଚିବଙ୍କ କଳାହାଣ୍ଡି ଗସ୍ତ

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ସ୍ଵତନ୍ତ୍ର ସଚିବଙ୍କ କଳାହାଣ୍ଡି ଗସ୍ତ ଅବସରରେ ଥୁଆମୂଲ୍ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ ସହିତ ଜୟପାଟଣା ବ୍ଲକର କେତେକ ଅଞ୍ଚଳ ପରିଦର୍ଶନ କରି ଫେରି ଯାଇଥିବା ସୂଚନା ମିଳିଛି । ଯୋଜନା ଓ ସଂଯୋଜନ ସ୍ଵତନ୍ତ୍ର ସଚିବ ତେମଜେୱାଙ୍ଗ କଳାହାଣ୍ଡି ଗସ୍ତରେ ଆସି ଥିଆମୁଳ ରାମପୁର ବ୍ଲକର ମାତୃ ଗୃହ, ମୋଟର , ଇନ୍ଦ୍ରାବତୀ ମାଛ ଗୁମ୍ଫା, ଆଦି ପରିଦର୍ଶନ କରି ଜୟପାଟଣା ବ୍ଲକର ଇନ୍ଦ୍ରାବତୀ ସଂଗ୍ରହାଳୟ, ପାମ ଚାଷ, ଭଇଁରିପାଳି ମାଛ ଚାଷ ଆଦି ପରିଦର୍ଶନ କରିଥିଲେ । ସଚିବଙ୍କ ସାଙ୍ଗରେ କଳାହାଣ୍ଡି ଜିଲ୍ଲାପାଲ ପାୱାର ସଚିନ ପ୍ରକାଶ, ଉପ ଜିଲ୍ଲାପାଲ ପ୍ରେଖ୍ୟା ଅଗ୍ରୱାଲ, ଅନିମେଶ ପ୍ରଧାନ ଆଇ ଏ ଏସ, ବି ଡି ଓ ଧର୍ମ ରାଜ ମାଝୀ, । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିର୍ବିଘ୍ନ ଭୋଇ, ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା, ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.