କେନ୍ଦ୍ରୀୟ ଜଳ ସମ୍ପଦ କମିଶନ ନିର୍ଦ୍ଦେଶକଙ୍କ ଇନ୍ଦ୍ରାବତୀ ଗସ୍ତ

ଜୟପାଟଣା, (ଶେଷଦେବ ବେହେରା) : କେନ୍ଦ୍ରୀୟ ଜଳ ସମ୍ପଦ କମିଶନ ନିର୍ଦ୍ଦେଶକଙ୍କ ଇନ୍ଦ୍ରାବତୀ ପ୍ରକଳ୍ପ ଗସ୍ତ ଅବସରରେ ତତ୍ ସଂଲଗ୍ନ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରିଥିବା ସୂଚନା ମିଳିଛି । କେନ୍ଦ୍ର ସରକାର କୃଷି ଓ କୃଷକର ବିକାଶ ସାଙ୍ଗକୁ ଉତ୍ତମ ଜ୍ଞାନ କୌଶଳ ସହିତ ଜଳ ସେଚନ ପ୍ରକଳ୍ପମାନଙ୍କର ବିକାଶ ପାଇଁ ବ୍ୟାପକ ତତ୍ପରତା ଦେଖାଇଥିବା ବେଳେ କମିଶନଙ୍କ ଉକ୍ତ ଗସ୍ତକୁ ଅତି ଗୁରୁତ୍ଵ ସହିତ ଗ୍ରହଣ କରାଯାଇଛି । ପ୍ରକଳ୍ପ ଗସ୍ତ ପରେ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଜେନା ଜଳସମ୍ପଦ ବିଭାଗର ସମସ୍ତ ଅଧିକାରୀ, ପାଣି ପଞ୍ଚାୟତ ପ୍ରତିନିଧି ଓ ବିଭିନ୍ନ ଚାଷୀଙ୍କ ସାଙ୍ଗରେ ଜଳ ସମ୍ପଦ ବିଭାଗର ସଭାଗୃହରେ ସିଧା ସଳଖ ଆଲୋଚନା କରିବା ସହିତ ଇନ୍ଦ୍ରାବତୀର ରକ୍ଷଣା ବେକ୍ଷଣ ଓ ବିକାଶ ସମ୍ପର୍କିତ ଆଲୋଚନା କରିଥିଲେ । ପରେ ଦିଲ୍ଲୀ କାର୍ଯ୍ୟାଳୟରେ ଉପସ୍ଥିତ କେନ୍ଦ୍ରୀୟ ଜଳ ସମ୍ପଦ କମିଶନ ମୁଖ୍ୟଯନ୍ତ୍ରୀ ପି ଦୋର୍ଜେ ଗ୍ୟମ୍ବାଙ୍କ ସାଙ୍ଗରେ ଭିଡିଓ କନଫରେନ୍ସ ମାଧ୍ୟମରେ ଚାଷୀ, ପାଣି ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀମାନେ ସିଧା ଆଲୋଚନା କରିଥିଲେ । ଆଲୋଚନା ପ୍ରସଙ୍ଗ ରେ ଇନ୍ଦ୍ରାବତୀ କେଚମେଣ୍ଟ ଇଲାକାରେ ବୃକ୍ଷ ରୋପଣ, ବାମ ଓ ଦକ୍ଷିଣ କେନାଲରେ ପୂର୍ଣ୍ଣାଙ୍ଗ ଲାଏନିଂ କାମ ସାଙ୍ଗକୁ କେନାଲମାନଙ୍କର ସୀମା ନିରୂପଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଗସ୍ତ କାର୍ଯ୍ୟକ୍ରମରେ ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି, ଦକ୍ଷିଣ କେନାଲ ଅଧିକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରା, ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ତୃପ ପାତ୍ର, ବାମ କେନାଲ ଧର୍ମଗଡ ଅଧିକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ, ମେଗା ଲିଫ୍ଟ ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳକୁ କେନ୍ଦ୍ରୀୟ ଜଳ ସମ୍ପଦ କମିଶନ ପ୍ରତିନିଧିଙ୍କ ଏହା ହେଉଛି ଦ୍ଵିତୀୟ ଗସ୍ତ ।

Leave A Reply

Your email address will not be published.