ommm
jittmm

ବିଧାନସଭା ଷ୍ଟାଣ୍ଡିଂ କମିଟୀର ଭଞ୍ଜନଗର ଗସ୍ତ ଅଞ୍ଚଳ ବୁଲି ଭିତ୍ତିଭୂମି ପରଖିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟୀ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ମାନ୍ୟବର ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର ସଦସ୍ୟ ମାନ୍ୟବର ବିଧାୟକ ଦେବିରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର, ଅମର କୁମାର ନାୟକ, ଦୁଷ୍ମନ୍ତ କୁମାର ସ୍ୱାଇଁ, ନୀଳମଣି ବିଷୋୟୀ ଓ ପବିତ୍ର ସାଉଁତାଙ୍କ ସମେତ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଜଗନ୍ନାଥ ପ୍ରସାଦ ଓ ଭଞ୍ଜନଗର ବ୍ଲକର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ପରେ ସରକାରୀ ଯୋଜନାର ଅନୁଧ୍ୟାନ କରିବା ସହିତ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ । କମିଟି ସଦସ୍ୟ ପ୍ରଥମେ ଜଗନ୍ନାଥ ପ୍ରସାଦର ଗାୟାଗଣ୍ଡାରେ ନିର୍ମାଣାଧିନ ମେଗା ପାନୀୟ ଜଳ ପ୍ରକଳ୍ପରେ ପହଞ୍ଚିଥିଲେ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ କମିଟି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣାଧିନ ତାରସିଂ ଓ ଗାୟାଗଣ୍ଡା ଉଚ୍ଚ କ୍ଷମତା ସଂପନ୍ନ ସେତୁ କାର୍ଯ୍ୟର ତଦାରଖ କରିଥିଲେ । ଏହା ପରେ ଭଞ୍ଜନଗର ବ୍ଲକ ତିଲିସିଂ ଗ୍ରାମରେ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ କମିଟି ସଦସ୍ୟ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଥିଲେ । ପରେ ଜାମପଲ୍ଲୀ ଗ୍ରାମକୁ ଯାଇ ସେଠାରେ ମଧ୍ୟ ସରକାରୀ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଥିଲେ । ପରେ କମିଟି ସଦସ୍ୟ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଲ୍ପ କାର୍ଯ୍ୟର ଅଗ୍ରଗତି ଉପରେ ସମିକ୍ଷା କରିଥିଲେ । ପ୍ରକଳ୍ପ କାର୍ଯ ସଠିକ ସମୟରେ ସମ୍ପୂର୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଷ୍ଟାଣ୍ଡିଂ କମିଟି ନିର୍ଦେଶ ଦେଇଛନ୍ତି । କମିଟିଙ୍କ ଗସ୍ତ ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକ ଶେଷରେ ଉପ-ଜିଲ୍ଲାପାଳ ଉମାଶଙ୍କର ବେହେରା ଷ୍ଟାଣ୍ଡିଂ କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.