
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା କଂଗ୍ରେସକୁ ଅଧିକ ଶକ୍ତିଶାଳୀ ଓ କ୍ରୀୟାଶୀଳ କରିବା ପାଇଁ ଏଆଇସିସିର ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀଙ୍କ ୧୦ ଦିନିଆ ରାଉରକେଲା ଗସ୍ତରେ ଆସି ପାନପୋଷ ସ୍ଥିତ ସର୍କିଟ ହାଉସଠାରେ ପହଞ୍ଚିଥିଲେ । ଏହି ଅବସରରେ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତାଗଣ ତାଙ୍କୁ ସେଠାରେ ଉଛ୍ବସିତ ସମ୍ବର୍ଦ୍ଧନା ଦେବାସହ ଭାବ ବିନିମୟ କରିଥିଲେ । ଏହି ୧୦ ଦିନ ରହଣି ଭିତରେ ସେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଦଳକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବା ସହ ଆବଶ୍ୟକୀୟ ପରାମର୍ଶ ଦେବେ ବୋଲି ଜଣାପଡିଛି । ଆଜି ସର୍କିଟ ହାଉସ ଠାରେ ପ୍ରାକ୍ତନ ବିଧାୟକ ରେମିଶ କେରକେଟା, ବରିଷ୍ଠ କଂଗ୍ରେସ ନେତ୍ରୀ ସୁନିତା ବିଶ୍ୱାଳ, ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ, ପ୍ରାକ୍ତନ କଂଗ୍ରେସ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ପାଢ଼ୀ, ପ୍ରାକ୍ତନ ଏଆଇସିସି ସଭ୍ୟ ଶ୍ରୀ ନାୟାର, ଶ୍ରମିକନେତା ଅଜୟ ଖାଲକୋ, ଅମିତ ବାରା, ସବିର ହୁସେନ, ଜ୍ଞାନେନ୍ଦ୍ର ଦାସ, ତରୁଣ କୁମାର କୁଶଳ, ଗୁଲାମ ଖାନ୍, ସରୋଜ କୁମାର ଲେଙ୍କା, ପ୍ରଦୀପ୍ତ ସାମନ୍ତରାୟ, ବିଶ୍ରାମ ଓରାମ, କାହ୍ନୁ ନାଏକ, ଶିବୁ ଓରାମ, ରାକେଶ ବେଉରିଆ ପ୍ରମୁଖ ଡ଼ଃ ବର୍ମାଙ୍କୁ ଭେଟି ଆଲୋଚନା କରିଥିଲେ ।