
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଶୀତଳାପଲ୍ଲୀଠାରେ ଅବସ୍ଥାପିତ ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜର ଛାତ୍ରମାନଙ୍କ କାରିଗରୀ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା କୌଶଳରେ ଏକ ଅଦ୍ଭୂତପୂର୍ବ କୃତ୍ତିତ୍ଵ ଆଣିଛନ୍ତି, ଯାହା ଏବେ ଭାରତବର୍ଷରେ ସୁନାମ ଅର୍ଜନ କରିଆସିଛନ୍ତି । ଯାହାକି ହାଇ ପେରଫରମେନ୍ସ ମଲ୍ଟିପ୍ଲାଇର ଆଇ.ସି.- ସି୨ଏସ୦୦୬୧ ଏକ ନୂଆ ରକମର ଚିପ୍ ତିଆରି କରି ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜର ଛାତ୍ରଛାତ୍ରୀମାନେ ନିଜ ନିଜର ଦକ୍ଷତା ପ୍ରତିପାଦନ କରି ଏହା ଆମ ରାଜ୍ୟ ତଥା ଭାରତ ପାଇଁ ଗୌରବ ଆଣିଛନ୍ତି । ସେଥିପାଇଁ ପ୍ରଶାସନିକ ସ୍ତରରେ ସାଧୁବାଦ ସ୍ୱରୂପ ପ୍ରଶଂସା ମିଳିଛି । ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକା, ଗବେଷଣା ଅଧିକାରୀଙ୍କ ସମେତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି ।