ଗନ୍ଧମାର୍ଦ୍ଦନ ପାହାଡରେ ବନପାଳ ତାଲିମାର୍ଥୀ ବୁଲିଲେ ପାହାଡ : ଚିହ୍ନିଲେ ଗଛ

ଖପ୍ରାଖୋଲ, (ଅଶୋକ କୁମାର ବାଗ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ହରିଶଙ୍କର ବାନାଞ୍ଚଳ ଗନ୍ଧମାର୍ଦ୍ଦନ ପାହାଡ଼ରେ ଭୁବନେଶ୍ୱର ବନପାଳ ତାଲିମ କେନ୍ଦ୍ରରୁ ୩୬ ଜଣ ତାଳିମାର୍ଥୀ ମଙ୍ଗଳବାର ପହଞ୍ଚିଥିଲେ । ଗନ୍ଧମାର୍ଦ୍ଦନ ପାହାଡ଼ ବୁଳି ଦେଖିବା ସହ, ପାହାଡ ପାଦଦେଶରେ ୮ କିମି ଚାଲିଥିଲେ । ଏହି ଅବସରରେ ପାହାଡ ଜଙ୍ଗଲରେ ଥିବା ବିଭିନ୍ନ ଗଛ, ଗୁଲ୍ମ ଲତା ଚିହ୍ନି ଥିଲେ । ସେହିପରି ଚାରା ଉତ୍ପାଦନ କେନ୍ଦ୍ର, ହରିଣ ପାର୍କ, ପଥପ୍ରାନ୍ତ ବୃକ୍ଷ ରୋପଣ ବୁଲିବା ସହ ତାର ରକ୍ଷଣା ବେକ୍ଷଣ ଉପରେ ଅଭିଜ୍ଞ ଅଧିକାରୀ, ସ୍ଥାନୀୟ ଜନ ସାଧାରଣଙ୍କୁ ପଚାରି ବୁଝିଥିଲେ । ଏହି ଅବସରେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ, ଉପ ବନାଞ୍ଚଳ ଅଧିକାରୀ ସୁନିଲ କୁମାର ମିଶ୍ର, ବନପାଳ ରଞ୍ଜିତ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.