jayashree

କୁମୁଡ଼ା ଗ୍ରାମ ଯିବା ରାସ୍ତାକଡରେ ଯାଆଁଳା ଶିଶୁ ଜନ୍ମ କଲେ ଗର୍ଭବତୀ : ଟିଟିଲାଗଡ ପୋଲିସ ସହାୟତାରେ ଅଣାଗଲା ଡାକ୍ତରଖାନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରାସ୍ତାକଡରେ ଯାଆଁଳା ଶିଶୁ ଜନ୍ମ କଲେ ଗର୍ଭବତୀ । ପରେ ଟିଟିଲାଗଡ ପୋଲିସ ସହାୟତାରେ ତାଙ୍କୁ ଡାକ୍ତରଖାନା ଅଣାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କୁମୁଡ଼ା ଗ୍ରାମ ଯିବା ରାସ୍ତାକଡ଼ରେ ।

ଟିଟିଲାଗଡରୁ କେନ୍ଦୁମୁଣ୍ଡି ଯିବା ରାସ୍ତା କୁମୁଡା ଗ୍ରାମ ନିକଟରେ ଆଜି ଜଣେ ଗର୍ଭବତୀ ମହିଳା ଦୁଇଟି ଯାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି, ମେଡିକାଲକୁ ଯାଉଥିବା ସମୟରେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ସେଠାରେ ହିଁ ସେ ବସି ପଡ଼ିଥିଲେ । ରାସ୍ତା କଡ଼ରେ ଭିଡ ଦେଖି ସେହିପଟୁ ଯାଉଥିବା ଟିଟିଲାଗଡ଼ ପୋଲିସ ଗାଡି ଅଟକାଇ କ’ଣ ହେଉଛି ଏଠି ବୋଲି ଉପସ୍ଥିତ ଲୋକଙ୍କୁ ପଚାରିଥିଲେ । ଗର୍ଭବତୀ ମହିଳାକୁ ପୋଲିସ ପିସିଆରରେ ବସାଇ ଆଣିବାକୁ ଚେଷ୍ଟା କରିଥିଲେ, ହେଲେ ମହିଳାଙ୍କୁ ଅତ୍ୟଧିକ ଯନ୍ତ୍ରଣା ଯୋଗୁଁ ସେଠାରେ ହିଁ ଛୁଆ ଜନ୍ମ କରିଥିଲେ । ତେବେ ଲୋକଙ୍କ ସାହାଯ୍ୟରେ ଟିଟିଲାଗଡ଼ ପୋଲିସ ମାନବିକତାର ପରିଚୟ ଦେବା ସହ ସେହି ମହିଳାଙ୍କୁ ଅନ୍ୟ ଗାଡ଼ି ଯୋଗେ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ଏବେ ସରକାରୀ ଡାକ୍ତରଖାନାରେ ମା’ ଓ ଉଭୟ ଶିଶୁଙ୍କୁ ଭର୍ତି କରିବା ସହ ପରବର୍ତ୍ତୀ ଚିକିତ୍ସା ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି । ଭଗବାନଙ୍କ କୃପାରୁ ଦୁଇଟି ସୁସ୍ଥ ଛୁଆ ଜନ୍ମ ହେଲେ, ସେଠାରେ ଟିଟିଲାଗଡ଼ ପୋଲିସର ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି । ପୋଲିସ ପକ୍ଷରୁ ରୋଗୀଙ୍କୁ ସେଠାରୁ ଡାକ୍ତରଖାନାକୁ ପଠାଇବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏ ହେଉଛି ସରକାରଙ୍କ ଆମ ପୋଲିସର ସଫଳ ରୂପାୟନ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି । ଏହି ସମୟରେ ଟିଟିଲାଗଡ଼ ଥାନାର ଏସ୍‌ଆଇ ନରେନ୍ଦ୍ର ଛତ୍ର ଏବଂ ପୋଲିସ୍‌ ଟିମ ଉପସ୍ଥିତ ଥିଲେ ।

Leave A Reply

Your email address will not be published.