ଡିଭାଇଡରରେ ପିଟି ହେଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା

ଭୁବନେଶ୍ୱର : ଦୁର୍ଘଟଣାର ଶିକାର ହେଲା ଆମ୍ବୁଲାନ୍ସ । ଅଳ୍ପକେ ରକ୍ଷା ପାଇଲେ ଗର୍ଭବତୀ ମହିଳା । ଭୁବନେଶ୍ୱର ଉପକଣ୍ଠ ସିଫା ସମ୍ମୁଖରେ ଘଟିଛି ଦୁର୍ଘଟଣା । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଆମ୍ବୁଲାନ୍ସଟି ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିଲେ । ହେଲେ ସିଫା ସମ୍ମୁଖରେ ଆମ୍ବୁଲାନ୍ସଟି ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡିଥିଲା । ଯାହାଫଳରେ ଆମ୍ବୁଲାନ୍ସରେ ଥିବା ପାଞ୍ଚ ଜଣ ସାମାନ୍ୟ ଆହତ ହୋଇଥିଲେ । ଏହାପରେ ତୁରନ୍ତ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ମଦ୍ୟପାନ କରି ଗାଡି ଚଳାଉଥିବା ସୂଚନା ରହିଛି ।

Leave A Reply

Your email address will not be published.