oom

ବିଶ୍ଵ ରେକର୍ଡର ନିକଟବର୍ତ୍ତୀ ସୁମିତ ସିଂ ରାଉରକେଲା ପାଇଁ ଗର୍ବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଗର୍ବ ଓ ଗୌରବ କ୍ରୀଡାବିତ୍ ସୁମିତ ସିଂ(୩୨) ଏବେ ବିଶ୍ଵ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି । ଯାହା ରାଉରକେଲା ପାଇଁ ଖୁସି ଓ ଗର୍ବର ବିଷୟ କୁହାଯାଉଛି । ଏନେଇ ବ୍ରାହ୍ମଣୀ କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଯେ ଗତମାସ ୨୫ ତାରିଖରୁ ମୁଁ ଏହି ଦୌଡ ଆରମ୍ଭ କରିଥିଲି । ଯାହା ଆସନ୍ତାକାଲି ସମାପନ ହେବ । ଏହି ୩୦ ଦିନ ମଧ୍ୟରେ ମୁଁ ପ୍ରାୟ ୧୪୦୨ କି.ମି. ଦୌଡି ବିଶ୍ୱ ରେକର୍ଡ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲି । ଏହା ପୂର୍ବରୁ ୨୦୨୨ରେ ସ୍ୱାଧୀନତାର ଅମୃତ ମହୋତ୍ସବ ବେଳେ ୭୫ କି.ମି. ଦୌଡି ଆତ୍ମବିଶ୍ୱାସ ବଢାଇଥିଲି । ଏହି ସଫଳତା ପାଇଁ ସେ ନିଜର ବାପା ସଞ୍ଚୟ ସିଂ, ମା’ ମୀରା ଦେବୀ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ବେଦବ୍ୟାସ ଟ୍ରକ୍‌ ଓନର ଆସୋସିଏସନ୍‌ର ସଂପାଦକ ବିଶ୍ୱରଂଜନ ବେଉରା, ରାଉରକେଲା ମାଇନିଂ ଏରିଆ ଟ୍ରକ୍‌ ଆଣ୍ଡ ଟ୍ରିପର ଓନର ଆସୋସିଏସନ୍‌ର ଅଧ୍ୟକ୍ଷ ଦିଲ୍ଲୀପ ମହାନ୍ତି, କଲୁ ସିଂ, ଭିକି ଜୈନ, ନିମୁ ଜୈନ, ଗୁଡୁ ଶ୍ରୀବାସ୍ତବ, ରାଜେନ୍ଦ୍ର ଜୈୟସ୍ୱାଲ, ରଜତ ଜୈନ, ଶ୍ରୀନିବାସ ରାଓ, ଗୌତମ ବାଡା, ସୁମନ ବୈରିବାଦ, ବିଶ୍ୱମ୍ବର ସାମଲ ପ୍ରମୁଖଙ୍କୁ ମୁଖ୍ୟ ପ୍ରେରଣାଦାୟକ ଭାବେ କୃତଜ୍ଞତା ଜ୍ଞାପନ କରିଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀ ସିଂ ଶ୍ରୀ ମହାବୀର ଫେରୋ ନିଗମରେ ବିତ୍ତ ଅଧିକାରୀ ଭାବେ କାର୍ଯ୍ୟରତ । ତେଣୁ ସେ ନିଜ ସଫଳତା ପଛରେ ରାଉରକେଲାବାସୀ ତଥା ଜିଲ୍ଲା ଓ ପୁଲିସ ପ୍ରଶାସନର ସହଯୋଗକୁ ପ୍ରଶଂସା କରିଥିଲେ । ତାଙ୍କର ଏହି ସଫଳତା ଆଗାମୀ ପିଢି ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଶେଷରେ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.