om academy

ବିପୁଳ ପରିମାଣର ଗଞ୍ଜେଇ ଜବତ

jsm

ଲମତାପୁଟ : ଲମତାପୁଟ ପୋଲିସକୁ ମିଳିଲା ବଡ଼ ସଫଳତା ସାନକିଚିବ ଗ୍ରାମରୁ ଉତ୍ତର ପ୍ରଦେଶ ଗଞ୍ଜେଇ ଚୋରା ଚାଲଣ ବେଳେ ପୋଲିସ ହାତରେ ଧରାପଡିଲା ଗଞ୍ଜେଇ ମାଫିଆ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍‌.ଡି.ପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ଟିମ୍ କନାଗାଁ ଛକ ନିକଟରେ ନାକାବନ୍ଦୀ କରି ଜଗିରହିଥିଲା । ଖବର ମୁତାବାକ ଏକ ଟ୍ରକ୍ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା । ଟ୍ରକ୍‌ଟିକୁ ଯାଞ୍ଚ୍ କରିବାରୁ ଡାଲାରୁ ୧୮ଟି ଗଞ୍ଜେଇ ବସ୍ତା ଜବତ ହୋଇଛି । ୧୮ଟି ବସ୍ତାରେ ପ୍ରାୟ ୫କୁଇଁଣ୍ଟାଲ ୪୦ କେ.ଜି ଗଞ୍ଜେଇ ଥିବାବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୪ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗାଡି ଡ୍ରାଇଭର ତଥା ଗାଡ଼ି ମାଲିକ ନିଜେ ଏହି ଗଞ୍ଜେଇ ସାନକିଚବ ଗ୍ରାମରୁ ଉତ୍ତରପ୍ରଦେଶ ଚୋରା ଚାଲାଣ କରୁଥିବା ସ୍ଵୀକାର କରିଛି । ଗିରଫ ବ୍ୟକ୍ତି ଉତ୍ତର ପ୍ରଦେଶର ରାକେଶ ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତି ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ କରିଥିବା ସ୍ଵୀକାର କରିଛି । ତେବେ ଗଞ୍ଜେଇ ମାଫିଆକୁ ଗିରଫ କରି ପୋଲିସ ପଚାରଉଚୁର ଜାରି ରଖିଛି । ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ସନ୍ଦେହ ହେଉଛି ।

Leave A Reply

Your email address will not be published.