ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ

ସମ୍ବଲପୁର : ସମ୍ବଲପୁର-ରାଉରକେଲା ଶାସନ ଟୋଲ ଗେଟ ନିକଟରୁ ୨ଟି କାର ସହ ୧୩୦ କୁଇଣ୍ଟାଲ ଗଞ୍ଜେଇ ଜବତ କରି ୫ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଏହି ଘଟଣାରେ ୨ଟି କାର ଡ୍ରାଇଭର ସମେତ ୩ ଜଣଙ୍କ ଅଟକ ରଖାଯାଇଥିବା ଖବର ମିଳିଛି । ଏହି ଘଟଣାରେ ଅବକାରୀ ଗୁଇନ୍ଦା ବିଭାଗ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବିକ, ଆଜି ବୌଦ୍ଧ ଓ କନ୍ଧମାଳରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଗୁଇନ୍ଦା ବିଭାଗ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଶାସନ ଟୋଲ ଗେଟ ନିକଟରେ ଛକି ରହିଥିଲା । ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ୨ଟି ସନ୍ଦିଗ୍ଧ କାରକୁ ଅଟକାଇ ଯାଞ୍ଚ କରିଥିଲା । ଗୋଟିଏ କାରରୁ ୮୦ କେଜି ଓ ଅନ୍ୟ କାରରୁ ୫୦ କେଜି ଗଞ୍ଜେଇ ମିଳିଥିଲା । ଏହି ଘଟଣାରେ ଅବକାରୀ ଗୁଇନ୍ଦା ବିଭାଗ ଏକ ମାମଲା ରୁଜୁ କରିବା ସହ ୫ ଜଣକୁ ଗିରଫ କରିଛି ।

Leave A Reply

Your email address will not be published.