centurian jitm

୨୦୦ କିଲୋ ଗଞ୍ଜେଇ ଜବତ : ଡ୍ରାଇଭର ଫେରାର୍‌

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିରରୁ ପଦ୍ମପୁର ରାସ୍ତାର ବାଦୀମାଲ ଛକରେ ଅବକାରୀ ବିଭାଗ ଚଢ଼ାଉ କରି ଏକ ଟ୍ରକରୁ ୨୦୦ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପଦ୍ମପୁର ଅବକାରୀ ଅଧିକାରୀ ହେମନ୍ତ ସୁନା କୌଣସି ସୂତ୍ରରୁ ଖବର ପାଇ ତାଙ୍କ ଟିମ୍‌ ସହିତ ଜଗି ରହିଥିଲେ । ଠିକ୍‌ ଏହି ସମୟରେ ଏକ ଟ୍ରକ୍‌କୁ ପୋଲିସ ସନ୍ଦେହ କରି ଅଟକାଇ ଥିଲା । ଫଳରେ ଅବକାରୀ ଟିମ୍‌କୁ ଦେଖି ଡ୍ରାଇଭର ଘଟଣା ସ୍ଥଳରେ ଫେରାର୍‌ ମାରିଥିବା ବେଳେ ଟ୍ରକ୍‌ଟିକୁ ଯାଞ୍ଚ କରିବାରୁ ଏଥିରୁ ୨୦୦ କିଲୋ ଗଞ୍ଜେଇ ମିଳିଥିଲା । ମିଳିଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅବାକରୀ ବିଭାଗରୁ ସୂଚନା ମିଳିଛି ।

Leave A Reply

Your email address will not be published.