ଚୋରା ଚାଲାଣ ବେଳେ ୫୦ ଲକ୍ଷର ଗଂଜେଇ ଜବତ : ୩ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଳାରେ ଗଂଜେଇ ଚୋରା ଚାଲାଣର ଚେର ରାଜ୍ୟ ବାହାରକୁ ଲମ୍ବିବାକୁ ବସିଲାଣି । କୌଣସି ସୂତ୍ରରୁ ଅବକାରୀ ବିଭାଗକୁ ଖବର ମିଳିବା ପରେ ମାଲାକାନଗିରି ଜିଲ୍ଳାର ସର୍ଗିଗୁଡା ଗାଁରେ ଚଢଉ କରାଯାଇଥିଲା । ଏଥିରେ ୭ କ୍ୱିଣ୍ଟାଲ୍‌ ଗଞେଇ ଜବତ ସହ ୩ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ୭ କ୍ୱିଣ୍ଟାଲ ଗଂଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି । ଅବକାରୀ ବିଭାଗର ଏହି ଚଢଉ କାମକୁ ସାରା ମାଲକାନଗିରି ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.