oum

ରେଳବାଇ ପୋଲିସ ପକ୍ଷରୁ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ : ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରେଳବାଇ ଥାନା ପୋଲିସ ପକ୍ଷରୁ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଥାନା ଅଧିକାରୀଙ୍କ ସୂଚନା ମୁତାବକ କୋରାପୁଟର ମୁନିଗୁଡ଼ାରୁ ଦିନେଶ ରାମ ଓ ରଘୁନାଥ ହାଁସଦା ନାମକ ଦୁଇଜଣ ବ୍ୟକ୍ତି କୋରାପୁଟ-ରାଉରକେଲା ଏକ୍ସପ୍ରେସ୍‌ରେ ୨୦ କିଲୋଗ୍ରାମ୍‌ରୁ ଅଧିକ ଗଞ୍ଜେଇ ଚୋରାରେ ଚାଲାଣ କରି ନେଇ ଆସୁଥିଲେ । ଏହି ସମ୍ପର୍କରେ ସୂଚନା ପାଇ ରେଳବାଇ ପୋଲିସ ରାଉରକେଲା ରେଳ ଷ୍ଟେସନ୍‌ରୁ ସେମାନଙ୍କୁ ଧରିଥିଲା । ଏହିପରି ଅନେକ ଥର ଚୋରା ଗଞ୍ଜେଇ ଚାଲାଣ କରି ଜିଆର୍‌ପି ହାତରେ ଧରା ପଡିଛନ୍ତି । ସୂଚନା ମୁତାବକ ଏହି ଗଞ୍ଜେଇ ରାଉରକେଲାରୁ ରାଞ୍ଚି ଦେଇ ବନାରସ ଚାଲାଣ ହୋଇଥାନ୍ତା । ଏହିଭଳି ନିୟମିତ ଭାବେ ଚୋରାରେ ଗଞ୍ଜେଇ ଚାଲାଣ ହୋଇଆସୁଥବା ବେଳେ ଏ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.