ପିକ୍‌ଅପ୍‌ ଭ୍ୟାନ ସହ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କରଲିପାଟଠାରେ ଏକ ମେକ୍ସ ପିକ୍‌ଅପ୍‌ ଗାଡି ନମ୍ବର(ଓଡି-୦୫-ବିଏ-୪୨୧୧) ବହୁ ପରମାଣରେ ଗଞ୍ଜେଇସହ ଗାଡିକୁ ଧରିବାରେ ବଲାଙ୍ଗିର ଫରେଷ୍ଟ ଡିପାର୍ଟମେଣ୍ଟ ସଫଳ ହୋଇଛି । ବଲାଙ୍ଗିର ଫରେଷ୍ଟ ଡିପାର୍ଟମେଣ୍ଟ ପିକ୍‌ଅପ୍‌ ଗାଡିରୁ ୨ କ୍ୱିଣ୍ଟାଲ ଗଞ୍ଜେଇ ସହ ଜଣକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ସୁରେଶ ପାତ୍ର ସୁବର୍ଣ୍ଣପୁର ଜିଲ୍ଲା ମାଟୁପାଲି ଗ୍ରାମର ବୋଲି ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଅର୍ଜୁନପୁର-ଆଟଗାଁ ପଟରୁ ଏକ ପିକଅପ ଭ୍ୟାନ ଆସୁଥିବା ଜାଣି ବଲାଙ୍ଗିର ଫରେଷ୍ଟ ଡିପାର୍ଟମେଣ୍ଟର ବ୍ୟାସଦେବ ସାହୁ, ଜେନା ରାଉତ, ବିପ୍ଳବ ପଟ୍ଟନାୟକ, ମନୋଜ ପଧାନ ପ୍ରମୁଖ ଗଞ୍ଜେଇସହ ବୋଝେଇ ପିକଅପ ଗାଡିକୁ ଲୋଇସିଂହାର ଜଡାମୁଣ୍ଡାଠାରେ ଅଟକାଇ ଥିଲେ । ଗାଡି ସର୍ଚ ବେଳେ ୨ କ୍ୱିଣ୍ଟାଲ ଗଞ୍ଜେଇଜବତ କରାଯାଇଛି । ଯାହାର ଅନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛନ୍ତି ।

Leave A Reply

Your email address will not be published.