ମେଲଛାମୁଣ୍ଡା ଥାନା ଅଞ୍ଚଳରେ ଗଞ୍ଜେଇ ଜବତ ସହ ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଦିନକୁ ଦିନ ବଢି ଚାଲିଛି ନିଶା କାରବାର । ମଦ, ଗଞ୍ଜେଇ ତଥା ବିଭିନ୍ନ ଔଷଧକୁ ମଧ୍ୟ ନିଶା ଭାବେ ଯୁବପିଢ଼ି ବ୍ୟବହାର କରୁଛନ୍ତି । ଏହି ସବୁ ନିଶା ଦ୍ରବ୍ୟ ବିକି ନିଶା ମାଫିଆ ମାନେ ଲାଭାନ୍ବିତ ହେଉଛନ୍ତି । ମେଲଛାମୁଣ୍ଡା ଥାନା ବରପଦର ନୂଆପାଲି ଗ୍ରାମର ଲିଙ୍ଗ ସେନାପତି ଗଞ୍ଜେଇ ଗଚ୍ଛିତ ରଖି ବିକ୍ରି କରୁଥିବା ଖବର ପାଇ ମେଲଛାମୁଣ୍ଡା ଥାନା ଅଧିକାରୀ ସ୍ୱପ୍ନାରାଣୀ ଗୋଛାୟତଙ୍କ ନେତୄତ୍ବରେ ଏକ ଟିମ ଲିଙ୍ଗ ସେନାପତିଙ୍କ ଘରେ ଚଢାଉ କରିଥିଲେ ଏହି ଚଢାଉ ସମୟରେ ୨ କେଜି ୫୫୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । ମେଲଛାମୁଣ୍ଡା ଥାନା କେସ୍‌ ନମ୍ବର ୧୨୬/୨୦୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.