ନମ୍ବର ବିହୀନ ହୁଣ୍ଡାଇ କାର୍‌ ଭିତରୁ ଏକ କ୍ୱିଣ୍ଟାଲ ଗଂଜେଇ ସହ ଗାଡି ଜବତ କଲା ପୁଲିସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନମ୍ବର ବିହୀନ ହୁଣ୍ଡାଇ କାର ଭିତରୁ ଏକ କ୍ୱିଣ୍ଟାଲ ଗଞ୍ଜାଇ ସହ ଗାଡି ଜବତ କରିଛି ପୁଲିସ ବୋଲି ଖବର ମଳିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ବିଟ୍‌ ହାଉସ ଆଗ ଟୋଲଗେଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ନମ୍ବର ବିହୀନ ହୁଣ୍ଡାଇ କାର୍‌ ଟୋଲଗେଟରେ ଧକ୍କା ଦେଇ ପଳାଇବା ପାଇଁ ଚେଷ୍ଟା କରୁଥିଲା । ସନ୍ଧେହରେ ବୀରମହାରାଜପୁର ପୁଲିସ ଉକ୍ତ ଗାଡିକୁ ଗୋଡେଇବାରୁ ଭୟରେ ରାସ୍ତା ନପାଇ ବିରମହାରାଜପୁର ଥାନା ଅନ୍ତର୍ଗତ ସହରୀପାଲି ଗାଁ ଭିତରକୁ ଗାଡ଼ଟି ପୁରେଇ ଦେଇ ସେଠାରେ ଗାଡ଼ଟି ଛାଡ଼ି ଚମ୍ପଟ ମାରିଥିଲା ଅଭିଯୁକ୍ତ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଉକ୍ତ ଗାଡ଼ିରେ ଏକ କ୍ୱିଣ୍ଟାଲ ଗଞ୍ଜେଇ ବାହାରି ଥିଲା । ଘଟଣା ସ୍ଥଳରେ ବୀରମହାରାଜପୁର ଏସ୍.ଡି.ପି. ଓ ଥାନା ଅଧିକାରୀ ପହଞ୍ଚି ଭୋର ସକାଳ ୪ ଟାରେ ଗ୍ରାମବାସୀଙ୍କ ଉପସ୍ଥିତରେ ଗଂଜେଇ ଓଜନ କରି ଗାଡ଼ିଟିକୁ ବୀରମହାରାଜପୁର ଥାନାକୁ ନିଆଯାଇଛି । ଏହି ଗଂଜେଇର ଅନୁମାନିକ ମୁଲ୍ୟ ପାଞ୍ଚ ଲକ୍ଷ ହେବ ବୋଲି ଜଣାପଡ଼ିଛି ଏବଂ ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ଅନୁସଂଧାର ଜାରି ରଖିଛି ।

Leave A Reply

Your email address will not be published.