ପାଟଣାଗଡ଼ ଅବକାରୀ ବିଭାଗ ତରଫରୁ ଗଞ୍ଜେଇ ଜବତ : ୨ ଜଣ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅବକାରୀ ଥାନା ତରଫରୁ ଆଜି ସକାଳୁ ପେଟ୍ରୋଲିଙ୍ଗ ସମୟରେ ପାଟଣାଗଡ଼ ଧୂମାଭଟା ଛକ ନିକଟରେ ୨ ଜଣ ଯୁବକ ବାଇକରେ ଗୋଟିଏ ବସ୍ତାରେ କିଛି ନେଇ ଯାଉଥିବା ଦେଖି ସେମାନଙ୍କୁ ଅଟକାଇ ତଦନ୍ତ କରୁଥିବା ବେଳେ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ ପାଟଣାଗଡ଼ ଅବକାରୀ ବିଭାଗ । ପାଟଣାଗଡ଼ ଅବକାରୀ ଥାନାକୁ ଆଣି ଓଜନ କଲାପରେ ସେଥିରେ ୮ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଥିବା ଓ ଯାହାର ଆନୁମାନିକ ମୂଲ୍ୟ ୮୨ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ବେଲପଡା ଥାନା ରେଙ୍ଗାଲି ଗ୍ରାମର ଜଗନ ଭୁଏ ଓ ସୁନୀଲ ମାଝୀଙ୍କୁ ଗିରଫ କରି ପାଟଣାଗଡ଼ ଅବକାରୀ ଥାନା କୋର୍ଟ ଚାଲାଣ କରିବା ସହିତ ଗୋଟିଏ ବାଇକ ଜବତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.