ଅବକାରୀ ବିଭାଗ ଦ୍ୱାରା ୩ କେ.ଜି. ଗଂଜେଇ ଜବତ : ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ଗୁରୁବାର ସକାଳୁ କଂଟାବାଂଜି ଥାନା ଦାବ୍ରୀ ଛକରେ ୩.୦୨କେ.ଜି. ଗଂଜେଇ ଜବତ କରାଯାଇଛି । କଲାହାଣ୍ଡି ଜିଲ୍ଲା ପଦମପୁର, ଥାନା- କେଗାଁ ନିବାସୀ ପଦ୍ମନାଭ ଛତ୍ରିଆ ଏକ ଜରି ବ୍ୟାଗରେ ଗଂଜେଇ ଧରି କଂଟାବାଂଜି ରେଲ ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ସଂଦେହ କରି ଦାବ୍ରୀ ଛକରେ ଗିରଫ କରିଥିଲେ । କଂଟାବାଂଜି ଅବକାରୀ କେସ ନଂ. ୭୯/୨୦୨୩-୨୪ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି । ଏହି ଧରପଗଡ ବେଳେ କଂଟାବାଂଜି ଅବକାରୀ ଥାନା ଅଧିକାରୀ ପ୍ରବୀଣ କୁମାର ସାହୁ, ଏ.ଏସ୍‌.ଆଇ.ଆର୍ତତ୍ରାଣ ବୋହିଦାର, କନେଷ୍ଟବଳ ଆଶିଷ ପଟେଲ, ଦେବାର୍ଚ୍ଚନ ଭୁଏ ଓ ରଂଜନ ମିଶ୍ର ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!