oom

ଫପସି ଭିଆଇପି ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଦେଇ ଅନେକ ସମୟରେ ଗଞ୍ଜେଇ ଚୋରାଚାଲାଣ କରାଯାଉଛି । ବୌଦ୍ଧ, ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାରୁ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ, ତୁଷୁରା ଓ ବଲାଙ୍ଗିର ସହର ଦେଇ ବାହାର ରାଜ୍ୟକୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରାଚାଲାଣ କରାଯାଉଛି । ଅବକାରୀ ବିଭାଗ ଓ ପୋଲିସ ବିଭାଗ ବିଭିନ୍ନ ସମୟରେ ଚଢାଉ କରି ଗଞ୍ଜେଇ ଚୋରାଚାଳାଣକୁ ରୋକିବାକୁ ଚେଷ୍ଟା ଚଳାଇଛି । ଗତକାଲି ସଂଧ୍ୟାରେ କୌଣସି ଏକ ସୂତ୍ରରୁ ସୂଚନା ପାଇ ବଲାଙ୍ଗିର ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲୀଙ୍କ ନିର୍ଦ୍ଦେଶରେ ଟିଟିଲାଗଡ ଓ ବଙ୍ଗୋମୁଣ୍ଡା ଅବକାରୀ ବିଭାଗର ଅଧିକାରୀଙ୍କ ଏକ ଟିମ୍‌ ଫପସି ଭିଆଇପି ଛକର ସନ୍ତୋଷ ଜେନାଙ୍କ ପୁଅ ଘନଶ୍ୟାମ ଜେନାଙ୍କ ଘରେ ଚଢାଉ କରିଥିଲେ । ସେଠାରୁ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ ଜବତ କରିଥିଲେ । ଜବତ ପ୍ୟାକେଟରେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜାଇ ଥିବାର ଅନୁମାନ କରାଯାଉଛି । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଜବତ ଗଞ୍ଜେଇକୁ ମପାଯିବ ବୋଲି ଅବକାରୀ ବିଭାଗ କହିଛି । ଏହି ଗଞ୍ଜାଇ ରଖିଥିବା ଅଭିଯୋଗରେ ଘନଶ୍ୟାମ ଜେନାଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଏହି ଚଢାଉରେ ଟିଟିଲାଗଡ ଅବକାରୀ ଇନ୍ସପେକ୍ଟର ଆଶିଷ ବେହେରା,ବଙ୍ଗୋମୁଣ୍ଡା ଏସ୍‌ଆଇ ସୁମିତ ସାହୁ, ଏଏସ୍‌ଆଇ ସମୀରରଂଜନ ଭୋଇ, ସିପାହୀ କୁମୁଦିନୀ ମଲ୍ଲିକ, ଲଳିତା ଭୋଇ, ସୁନୀଳ ବଢେଇ, ଆଶିଷ ବାଗ, ଗଗନ ବିହାରୀ ମିଶ୍ର, ଚନ୍ଦନକୁମାର ପଟେଲ ପ୍ରମୁଖଙ୍କ ସହ ଅନ୍ୟମାନେ ସାମିଲ ଥିଲେ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି ।

jittmm
Leave A Reply

Your email address will not be published.