ବିଏସ୍‌ଏଫ୍‌ର କମ୍ବିଂ ଅପରେସନ୍‌ : କଲଭର୍ଟ ତଳୁ ମିଳିଥିବା ପାର୍ସଲରୁ ଗଞ୍ଜେଇ ଜବତ

ବୈପାରୀଗୁଡା : ଜାତୀୟ ରାଜପଥ କଡରେ ବିଏସ୍‌ଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ କଲଭର୍ଟ ତଳେ ପଡିଥିବା ପ୍ୟାକିଂ ପାର୍ସଲରୁ ପଲିଥିନକୁ ଦେଖି ପାର୍ସଲ ବୋମା ସନ୍ଦେହ କରିଥିଲେ ବିଏସ୍‌ଏଫ୍‌ ଯବାନ । ତୁରନ୍ତ ବିଏସ୍‌ଏଫ୍‌ର ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର ଦ୍ଵାରା କଲଭର୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା । ଯାଞ୍ଚ ପରେ କଲଭର୍ଟ ତଳୁ ମିଳିଥିବା ପ୍ୟାକେଟ୍‌ରେ ଗଞ୍ଜେଇ ଥିବା ଜଣାପଡିଥିଲା । ଶୁକ୍ରବାର କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ କୋଟା ଛକରେ ଏଭଳି ଘଟଣା ଘଟିଛି । ଅଧିକାଂଶ ସମୟରେ କୋଟା ଛକରେ ପୋଲିସ ପକ୍ଷରୁ ଗାଡି ଯାଞ୍ଚ କରାଯାଇଥାଏ । ପୋଲିସର ଯାଞ୍ଚ ସମୟରେ ଗଞ୍ଜେଇ ଚାଲାଣକାରୀ କଲଭର୍ଟ ତଳେ ଏଭଳି ଫିଙ୍ଗି ଦେଇଥିବା ଅନୁମାନ କରାଯାଇଛି । ଘଟଣାସ୍ଥଳରେ ବୈପାରୀଗୁଡା ପୋଲିସ ପହଞ୍ଚି ଗଞ୍ଜେଇ ଜବତ କରିବା ସହ ଥାନାକୁ ଆଣିଥିଲେ ।

Leave A Reply

Your email address will not be published.