ଢେଙ୍କାନାଳ : ଢେଙ୍କାନାଳରୁ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ୍ ଠାବ ହୋଇଛି । ଗୁରୁବାର ଅପରାହ୍ଣରେ ମଧ୍ୟପ୍ରଦେଶ ପୋଲିସ ଢେଙ୍କାନାଳ ସହରର ମହିଷାପାଟ ଅଞ୍ଚଳରେ ଚଢ଼ଉ କରି ଏହି ରାକେଟର ମାଷ୍ଟରମାଇଣ୍ଡକୁ ଧରିବାପରେ ଏହା ଜଣାପଡିଛି । ମଧ୍ୟପ୍ରଦେଶ ପୁଲିସର ଏକ ଟିମ୍ ଏହି ଚଢ଼ାଉ କରିଥିବା ବେଳେ ଦୁଇଜଣ ବିହାରୀ ଗଞ୍ଜେଇ ବେପାରୀ ଫେରାର ହୋଇ ଯାଇଥିବା ଜଣାପଡିଛି ।
ସୂଚନାଥାଉକି, ଗତ କିଛିଦିନ ପୂର୍ବେ ମଧ୍ୟପ୍ରଦେଶର ଅମନଗଞ୍ଜ ପୋଲିସ ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟର ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାର ଛାନ ଭିନ କରିବାରୁ ଏହି ରାକେଟରେ ଓଡିଶା, ବିହାର, ଆନ୍ଦ୍ରପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ଆଦିରେ ଏହି ବେପାର ଚାଲିଥିବା ବେଳେ ଏହାର ଚେର ଢେଙ୍କାନାଳରେ ଥିବା ଜାଣିବାକୁ ପାଇଥିଲେ । ଫଳରେ ମଧ୍ୟପ୍ରଦେଶ ପାନା ଜିଲ୍ଲା ଏସ୍ପିଙ୍କ ନିର୍ଦେଶରେ ଅମନଗଞ୍ଜ ଥାନାର ଇନ୍ସପେକ୍ଟର ଅରବିନ୍ଦ କୁଜୁରଙ୍କ ନେତୃତ୍ୱରେ ଏକ ଦଳ ଢେଙ୍କାନାଳକୁ ଯାଇ ଏହି ଚଢ଼ଉ କରିଥିବା ପ୍ରକାଶ କରିଛନ୍ତି । ତେବେ ମଧ୍ୟପ୍ରଦେଶ ପୋଲିସ ଜବତ ଟଙ୍କା, କାର ଓ ଗଞ୍ଜାଇ ସହିତ ଦୁଇ ଗଞ୍ଜେଇ ବେପାରୀଙ୍କୁ ଟାଉନ ଥାନା ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଢେଙ୍କାନାଳ ଟାଉନ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।