om academy

ଗଞ୍ଜେଇ ଚୋରା ଚାଲାଣ ବେଳେ ୬୯.୭୩ କେଜି ଗଞ୍ଜେଇ ଜବତ ସହ ଦୁଇ ଗିରଫ

jsm

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ ବୋଲି ଖବର ମିଳିଛି । ମୋହନଗିରି ଅଞ୍ଚଳରୁ ଏକ ପିକ୍ଅପ ଭ୍ୟାନର ଗୁପ୍ତ ଚ୍ୟାମ୍ବରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ମ.ରାମପୁର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ପୋଲିସ୍ । ଏହି ଟିମ୍ ଏମ୍. ରାମପୁର ନିକଟରେ ପିକ୍ଅପ ଭ୍ୟାନକୁ କାବୁ କରିବାକୁ ସକ୍ଷମ ହୋଇଥିଲା । ପିକ୍‌ଅପ ଭ୍ୟାନରୁ ପୋଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପିକ୍‌ଅପ ଭ୍ୟାନର ଗୁପ୍ତ ଚ୍ୟାମ୍ବରରୁ ୭୦ ଟି ପ୍ୟାକେଟରେ ୬୯.୭୩ କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ଏ ସମ୍ପର୍କରେ ମ.ରାମପୁର ଥାନା କେଶ ନଂ ୧୮୪/୧୧.୦୯.୨୧ ଏନଡିପିଏସ ଆଇନ ଧାରା ୨୦(ଆଇଆଇ)(ସି) ଅନୁସାରେ କେଶ ରୁଜୁ କରି ଏସ୍‌ଆଇ ଜୟ ଦେବ ତାରିଣୀ ତଦନ୍ତ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.