oom

୨୬ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପାଡୁଆ ପୋଲିସ

jsmm

ଲମତାପୁଟ : ପୋଲିସର କଡାସୁରକ୍ଷା ନେଇ ଜାରି ରହିଛି ଅପ୍ରେସନ ଗ୍ରୀନ କ୍ଲିନ । ଗଞ୍ଜେଇ ଗଛ ଅମଳ ସମୟ ପୂର୍ବରୁ ପୋଲିସ ମାଳି ଭୀମଡଳ, ପରଜା ଭୀମ ଡଳ ଏବଂ ମାଳି ଆମ୍ବେଲ ଗ୍ରାମ ନିକଟ ଅଞ୍ଚଳରୁ ଗଞ୍ଜେଇଚାଷ ନଷ୍ଟ କରିଛି । କୋରାପୁଟ ପୋଲିସ, ଡିବିଏଫ୍‌, ବନବିଭାଗ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୨୬ ଏକର ଜାଗାରୁ ୩୧ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ ।

ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ ଏବଂ ପୋଲିସ ଡ୍ରୋନ ସାହାଯ୍ୟରେ ବିଭନ୍ନ ଜାଗାକୁ ଚିହ୍ନଟ କରି କୋରାପୁଟ ଏସ୍‌ପିଙ୍କ ନିର୍ଦେଶ କ୍ରମେ ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ କଡା ପଦକ୍ଷେପ ନେଇଛନ୍ତି । ଅଞ୍ଚଳରୁ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ପୋଲିସ ସଜାଗ ରହିଥିବା ଏବଂ ଏହି ଅଞ୍ଚଳରେ ଯେଉଁମାନେ ଚାଷ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ନେଇ ନନ୍ଦପୁର ଏସ୍‌ଡିପିଓ ସନ୍ଦୀପ କୁମାର ମାଝି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.