ସାନଖେମୁଣ୍ଡି : ସାନଖେମୁଣ୍ଡି ପଟିଗୁଡା ରଘୁନାଥପୁର ପାହାଡ ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ । ଏହି ଜଙ୍ଗଲ ପାହାଡିଆ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ବିଭାଗ । ଏନେଇ ଅବକାରୀ କମିଶନର ଆଶିଷ କୁମାର ସିଂ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶକ୍ରମେ ଚଢାଉ ହୋଇଥିଲା ।
ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରାଙ୍କ ତତ୍ୱାବଧାନରେ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡିଛି । ଜିଲ୍ଲା ଆରକ୍ଷୀ ଅବକାରୀ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାଇକ, ଅବକାରୀ ନୀରିକ୍ଷକ ମିହିର କୁମାର ସେଠୀ, ଉପଅଧିକ୍ଷକ ବିଜୟ କୁମାର ଧାରୁଆ, ପାଟପୁର ଆଇ.ଆଇ.ସି ସବ୍ୟସାଚୀ ମଲ୍ଲ ପୋଲିସ୍ ଓ ଅବକାରୀ ବନବିଭାଗ କର୍ମଚାରୀମାନଙ୍କ ଉପସ୍ଥିତିରେ ଚଢ଼ାଉ ହୋଇଥିଲା । ୧୬ ଏକରରୁ ଅଧିକ ଜମିରେ ପ୍ରାୟ ୧୯,୨୦୦ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିଲା । ଏହି ଚଢାଉରେ ଚିକିଟି ତପସ୍ୱିନୀ ବରାଳ, ଦିଗପହଣ୍ଡି ଅବକାରୀ ଏସ୍.ଆଇ ସନ୍ତୋଷ କୁମାର ସାହୁ, ଏନ୍ . ତ୍ରୀପତି ସମେତ ପ୍ଲାଟୁନ ଫୋର୍ସ ଚଢ଼ାଉରେ ସାମିଲ ଥିଲା ।