ଧରାପଡିଲା ଗଞ୍ଜେଇ ସହ ବାଇକ୍‌ : ଖସିଗଲେ ଅଭିଯୁକ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ଚୋରା ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଦେଖି ଅଭିଯୁକ୍ତମାନେ ଗଞ୍ଜେଇ ଓ ବାଇକ ଛାଡି ଫେରାର ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବୌଦ୍ଧ ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ମଙ୍ଗଳବାର ଦିନ ଏକ ବାଇକରେ ବଘିଆପଡା ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହେଉଥିବା ଖବରପାଇ ପୁଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ କରାଯାଇଥିଲା । କିନ୍ତୁ ଅଭିଯୁକ୍ତମାନେ ପୁଲିସକୁ ଦେଖି ଫୁରୁଡା ଛକରେ ବାଇକ ଓ ଗଞ୍ଜେଇ ଛାଡି ଫେରାର ହୋଇଯାଇଥିଲେ । ପୁଲିସ ବାଇକରୁ ୨୫ କେଜି ଗଞ୍ଜେଇ ଜବତ କରିବା ସହ ଏକ ୟାମା ବାଇକ (ଓଆର – ୧୯ ଏଲ -୨୧୭୭)କୁ ମଧ୍ୟ ଜବତ କରିଥିଲା । ଏନେଇ ବୌଦ୍ଧ ଥାନା ପକ୍ଷରୁ ଥାନା କେସ ନଂ ୨୧୧/୨୨ରେ ଏକ ମାମଲା ରୁଜୁ କରିଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ପଚାରିବାରୁ ଗାଡିରେ ଦୁଇଜଣ ଅଭିଯୁକ୍ତ ଥିଲେ ପୁଲିସକୁ ଦେଖି ଗାଡି ଛାଡି ପଲାଇଥିଲେ ବୋଲି ସୂଚନା ଦେବା ସହିତ ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.

error: Content is protected !!