ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଗଞ୍ଜାମ ଗ୍ରୀନ ଜୋନ୍ରେ ରହିଥିବା ବେଳେ ଅପରପକ୍ଷରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉନାହିଁ । ଆଜି ଜିଲ୍ଲାରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ଉଭୟଙ୍କ ବୟସ ୪୮ ବର୍ଷ ରହିଛି । ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲ୍ଲାରେ ୪୮ ଜଣଙ୍କ ଜୀବନ ଗଲାଣି । ମିଳିଥିବା ସୂଚନା ଅନୁସାରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଏଯାବ୍ତ ୨୯୭ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ଜିଲାରେ ଆଉ ୭୭ ଜଣ କରୋନା ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି ।