centurian jitm

ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ରିଭ୍ୟୁ ବୈଠକରେ ସ୍ୱାସ୍ଥ୍ୟଅଧିକାରୀ ଓ ଶିକ୍ଷାଧିକାରୀଙ୍କୁ ତାଗିଦ କଲେ ଗଞ୍ଜାମ ଜିଲ୍ଲାପାଳ

nschool

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ରିଭ୍ୟୁ-ବୈଠକରେ ସ୍ୱାସ୍ଥ୍ୟଅଧିକାରୀ ଓ ଶିକ୍ଷାଧିକାରୀଙ୍କୁ ତାଗିଦ କଲେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ଜନନୀ ସୁରକ୍ଷା, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଏ ଦିଗରେ ଜିଲ୍ଲାର ଗୋଷ୍ଠୀ ଶିକ୍ଷାଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟଅଧିକାରୀମାନେ କାର୍ଯ୍ୟକ୍ଷେତ୍ରରେ ସକ୍ରୀୟ ନ ଥିବା ଜିଲ୍ଲାପାଳ ଜାଣି ଏହିସବୁ କାର୍ଯ୍ୟରେ କେତେଜଣ ଅବହେଳା କରୁଥିବା ଜାଣି ଜିଲ୍ଲାପାଳ କ୍ଷୁବ୍ଧ ହୋଇଥିଲେ । ଏଦିଗରେ ଖୁବ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶ୍ରୀ ପରିଡ଼ା ତାଗିଦ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଆୟୁଷ୍ମାନ ଭାରତ ଅଧୀନରେ ବିଦ୍ୟାଳୟର ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ମାଗଣାରେ ଅଲ୍ଟ୍ରାସାଉଣ୍ଡ ସେବାର ସୁବିଧା ଉପଲବ୍ଧ କରାଇବା ଯାହା ଗୋଟିଏ ଗର୍ଭବତୀ ମହିଳାଙ୍କ ସମ୍ପୂର୍ଣ୍ଣ ତିନିଥର ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ବାହାର କରି ତାହାର ଫିଡ଼ବ୍ୟକ ଦେବାକୁ କହିଛନ୍ତି । କାର୍ଯ୍ୟରେ ଖିଲାପ କଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଯାହାକି ଆଗାମୀ ରିଭ୍ୟୁ ବୈଠକରେ ସମସ୍ତ ଫିଡ଼ବ୍ୟକ୍ର ସତ୍ୟାସତ୍ୟ ଡାଟା ଶତପ୍ରତିଶତ ସମ୍ପୂର୍ଣ୍ଣ ହୋଇଥିବା ଆବଶ୍ୟକ ବୋଲି ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି । ଗଞ୍ଜାମ ଜିଲ୍ଲାର ନିଜସ୍ଵ କାର୍ଯ୍ୟକ୍ରମ “ନିରୀକ୍ଷଣ”ର ସମୀକ୍ଷା କରି ଜିଲ୍ଲାପାଳ ଅବଗତ କରାଇଥିଲେ ଯେ ପଞ୍ଜୀକୃତ ହୋଇଥିବା ଗର୍ଭବତୀ ମହିଳା ମାନଙ୍କର ଅଲ୍ଟ୍ରାସାଉଣ୍ଡ ପରୀକ୍ଷା କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯେମିତି ସଠିକ ରହିବ ସେଥି ସକାଶେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମମାନ ଶତକଡା ଶତପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟ ଯେମିତି ପୂରଣ ହେବ ସେହି ଦିଗରେ ସମସ୍ତଙ୍କର ଉଦ୍ୟମ ଓ ଚେଷ୍ଟା ରହିବା ଜରୁରୀ ବୋଲି ସମୀକ୍ଷା ବୈଠକରେ ଜିଲ୍ଲାପାଳ କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରଦତ୍ତ ଶିଶୁମାନଙ୍କର ରକ୍ତହୀନତା ରୋଗ ଦୂରକରିବା ଅବା ଆମ ଜିଲ୍ଲାରେ ପିଲାମାନଙ୍କର ଆନିମିଆ ରୋଗରୁ ମୁକ୍ତ ହେବାପାଇଁ ସାପ୍ତାହିକ ଭାବେ ଆଇରନ ଫୋଲିକ ଏସିଡ଼ ବଟିକା ସେବନ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବା ଜରୁରୀ ବୋଲି କୁହାଯାଇଛି । ଆଇରନ୍ ଫୋଲିକ ଏସିଡ଼ ବଟିକା ସେବନ କାର୍ଯ୍ୟ ଅବା ପିଲାମାନଙ୍କୁ ଖୁଆଇବା କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବା ଆବଶ୍ୟକ ଏବଂ ଏହି କାର୍ଯ୍ୟର ସଫଳତା ଦିଗରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ଜିଲ୍ଲାପାଳ ଦୃଢ଼ତାର ସହ ପ୍ରକାଶ କରିଥିଲେ । ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ଯୋଜନା ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଆର.ଜଗଦୀଶ ପଟ୍ଟନାୟକ, ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାଜ୍ୟ ପରାମର୍ଶ ଦାତା ଡ଼ଃ ସୂର୍ୟ୍ୟ ପ୍ରକାଶ ଦାଶ ଆୟୁଷ୍ମାନ ଭାରତର ଆଭିମୁଖ୍ୟ ଓ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ଯୋଜନା ଆର.ସି.ଏଚ. ଶକ୍ତି କୁମାର ଦିଗାଲ ସମସ୍ତ ଅଲୋଚନା ବିଷୟ ଉପସ୍ଥାପନ କରି ସମୀକ୍ଷା କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଆର.ଜଗଦୀଶ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ,ଜିଲ୍ଲା ଶିଶୁ ଓ ମହିଳା ବିକାଶ ଯୋଜନା ଅଧିକାରୀ ଅବିଦା ପରବୀନ ପ୍ରମୁଖ ମଞ୍ଚାସୀନ ଥିଲେ । ଏପରିକି ଗଞ୍ଜାମ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ, ସମସ୍ତ ସମନ୍ଵିତ ଶିଶୁବିକାଶ ଯୋଜନା ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଏହି ସମ୍ପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ। ।

Leave A Reply

Your email address will not be published.