oom

ପ୍ରକୃତି କବି ଗଂଗାଧର ମେହେରଙ୍କ ଜୟନ୍ତୀ ପାଳିତ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରକୃତିକବି ଗଂଗାଧର ମେହେରଙ୍କ ଜନ୍ମଜୟନ୍ତୀ ଉତ୍ସବ ଅବସରରେ କବି ଗଂଗାଧର ପ୍ରକୃତିରେ ପ୍ରାଣ ସଂଚାର କରିପାରିଥିଲେ, ତାଙ୍କରି କବିତା ସମୂହରେ ପ୍ରକୃତି ଭିତରେ ମାନବୀୟ ସମ୍ବେଦନା ଗୁଣ ଭରି ରହିଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠାନର ସଭାପତି ପଦ୍ମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ହେମନ୍ତ ସାହୁ ସ୍ୱାଗତ ଅଭିଭାଷଣ, ଅତିଥି ପରିଚୟ ସହିତ ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ସେବାଜଗତର ସଂପାଦକ ସତ୍ୟନାରାୟଣ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧୀରଜ କୁମାର ପାତ୍ର ଯୋଗ ଦେଇଥିବା ବେଳେ ଗଂଗାଧର ସାହିତ୍ୟ ଉପରେ ଆଲୋକପାତ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ମହାକୁଡ, ହୃଦାନନ୍ଦ ସାହୁ ଏବଂ ଶିକ୍ଷକ ରମେଶଚନ୍ଦ୍ର ମିଶ୍ର ।

ଅଧ୍ୟାପିକା ଲିପ୍ସାମୟୀ ଦୁବେଙ୍କ ସଂଯୋଜନାରେ ବରିଷ୍ଠ କବି ଉଦୟ ନାଏକ, କୀର୍ତନ ଘିଭେଲା, ଗଣପତି ନାୟକ, ମାନସ ରଂଜନ ପ୍ରହରାଜ, ଅରୁଣ ପ୍ରଧାନୀ, ଜଳେଶ୍ୱର ହେର୍ଣ୍ଣା, ପୀତାମ୍ବର ଗଉଡ଼, ପ୍ରଶାନ୍ତ କୁମାର ଦାଶ, ମଧୁସୂଦନ ସିଂହ, ପ୍ରହଲ୍ଲାଦ ବିଶ୍ୱାଳ, ଦିବାକର ସାହୁ, ବିଶ୍ୱନାଥ ସାହୁ, ନରେଶ କୁମାର ସାହୁ ପ୍ରମୁଖ କବିତା ପାଠ କରିଥିଲେ । ଏହି ଅବସରରେ କୀର୍ତ୍ତନ ଘିଭେଲାଙ୍କ କବିତା ପୁସ୍ତକ ଭକ୍ତି ଅର୍ଘ୍ୟ ଅତିଥିମାନଙ୍କ ଦ୍ୱାରା ପାଠକାର୍ପଣ ହେଇଥିଲା । ପରମାନନ୍ଦ ବିଶି ଧନ୍ୟବାଦାର୍ପଣ କରିଥିଲେ ।

jittmm
Leave A Reply

Your email address will not be published.