oom

୬୦୦ରୁ ଉର୍ଦ୍ଧ ଆତ୍ମାଙ୍କ ସତଗତି ନିମନ୍ତେ, ସାମୁହିକ ଅସ୍ତି ବିସର୍ଜନ ଏବଂ ସାମୁହିକ ଶ୍ରାଦ୍ଧ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଦୀର୍ଘ ଦଶ ବର୍ଷହେବ ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ରହି ଆସିଛି । ସବୁ କାର୍ଯ୍ୟକ୍ରମ ମଧ୍ୟରୁ ସଂଗଠନର ମହତ୍ୱପୁଣ୍ଣ କାର୍ଯ୍ୟ ଶବ ସତ୍କାର ହେଉଛି । ଦଶବର୍ଷ ମଧ୍ୟରେ ଅନୁଷ୍ଠାନ ତରଫରୁ ପ୍ରାୟ ଛଶହରୁ ଉର୍ଦ୍ଧ ଶବ ମାନଙ୍କୁ ମର୍ଯ୍ୟାଦା ସହ ସତ୍କାର କରାଯାଇଛି । କରୋନା ସମୟରେ ଜିଲ୍ଳା ପ୍ରଶାସନ ସହ ମିଶି ସହ ସହ କରୋନା ରୋଗୀଙ୍କ ଶବ ଦାହ କରାଯାଇଥିଲା ଏହା ସହ ପରିତ୍ୟକ୍ତ ଅଜଣା ଶବ, ସାମାଜିକ ବାସନ୍ଦ ଯୋଗୁଁ ଦାହସଂସ୍କାର ହୋଇନ ପାରୁଥିବା ଶବର ସାହାରା ହୋଇଥାଏ ବିଙ୍ଗ ହ୍ୟୁମାନ । ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିଙ୍କ ଦାହ ସତ୍କାର ପରେ କାର୍ଯ୍ୟକ୍ରମ କରାଯାଇ ଶ୍ରାଦ୍ଧ ଦିଆଯାଇଥାଏ । ବିଙ୍ଗ ହ୍ୟୁମାନ ସଂଗଠନ ଶବ ସତ୍କାର କରିଥିବା ସହ ସହ ଶବର କେହି ନିଜ ଲୋକନ ଥିଲେ ତେଣୁ ସେହି ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସତଗତି ପାଇଁ ସଂଗଠନ ତରଫରୁ ପ୍ରୟାଗରାଜ କୁମ୍ଭମେଳାରେ ପୂଜାର୍ଚନା ସହ ଅସ୍ଥି ବିସର୍ଜନ କରାଯାଇଥିଲା । ସଂଗଠନର ପ୍ରତିଷ୍ଠାତା ସୋମନାଥ ମିଶ୍ର ଏବଂ ମୁଖ୍ୟ ଉପଦେଷ୍ଟା ଲୋଟସ ଷଡ଼ଙ୍ଗୀ ସମେତ ଦଶ ଜଣିଆ ଟିମ ପ୍ରୟାଗରାଜ ଯାଇ ବିସର୍ଜନ କାର୍ଯ୍ୟକ୍ରମ ସମ୍ପଦନ କରିଥିଲେ । ପରେ ଆଜି ପୁଇଁତଳା ବ୍ଲକ ମଳମୁଣ୍ଡା ସ୍ଥିତ କମାରବସ୍ଥିରେ ଗଙ୍ଗା ଶ୍ରାଦ୍ଧ ତଥା ଗଙ୍ଗା ଭୋଜି ଦିଆଯାଇଥିଲା । ବହୁ ବୁଦ୍ଧିଜୀବୀ ସହ ବସ୍ଥି ବାସିନ୍ଦା ପ୍ରସାଦସେବନ କରିଥିଲେ । ତାସହ ପୌରାଧ୍ୟକ୍ଷା ଲୀକା ସାହୁ, ଅନୁଷ୍ଠାନର ଉପଦେଷ୍ଟା ଲୋଟସ ଷଡ଼ଙ୍ଗୀ ସମେତ ଜଗନ୍ନାଥ ମିଶ୍ର, ଟିକୁ ପରିଛା, ପୁଣ୍ୟ ତ୍ରିପାଠୀ, ଦେବେନ ପାତ୍ର, ପବିତ୍ର ଖୁଣ୍ଟିଆ, ଲକ୍ଷ୍ମୀ ସ୍ୱାଇଁ, ନିତ୍ୟା ପଧାନ, ବିକାଶ ସା, ଗୋବିନ୍ଦ ଶତପଥି, ପ୍ରିୟା ମିଶ୍ର, ଶିବାନୀ ଜାଲ, କୁନାଲ ସରକାର, ବିଶ୍ୱଜିତ ପଟେଲ, ଅରୁଣ ନାଏକ, କାନ୍ଦର୍ପ ରଣା, ସୋନୁ ମହାକୁର, ଆଲୋକ ନାଗ, ରୋନିତ ମଲ୍ଲିକ, ରୁପେଶ ମହାକୁର, ଵାଲା ନନ୍ଦ, ବବଲୁ ବଗର୍ତି, ରୋଶନ ମଲ୍ଲିକ ଆଦି ବହୁ ଲୋକ ଉପସ୍ଥିତ ଥିଲେ । ଅନୁଷ୍ଠାନର ସଭାପତି ମୁକେଶ ପଧାନ ଏବଂ ସମ୍ପାଦକ ବୁଲୁ ମହାକୁର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଗତ ଦଶ ବର୍ଷ ତଳେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ ନାୟକଙ୍କ ମାର୍ଗଦର୍ଶନରେ ଏହି ସଂଗଠନ ଗଠନ କରାଯାଇଥିଲା । ସାରା ସହରରେ ବିଭିନ୍ନ ସମାଜସେବା କରିବା ସାହିତ ଧୀରେ ଧୀରେ ପୁରା ଜିଲ୍ଲା ତଥା ରାଜ୍ୟରେ ସମାଜସେବା ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛି ଏହି ସଂଗଠନ । ଅଜଣା ଶବ ସତ୍କାର, ରୋଗୀଙ୍କ ଚିକିତ୍ସା, ଅସହାୟଙ୍କୁ ସହାୟତା, ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ହସ୍ପିଟାଲ ପହଂଚାଇବା, ରକ୍ତଦାନ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ କରି ଆସୁଛି ଏହି ସଂଗଠନ । ଆଗକୁ ସମାଜସେବା ଆହୁରି ବ୍ୟାପକ ହେବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର କହିଛନ୍ତି ।

jittmm
Leave A Reply

Your email address will not be published.