centurian jitm

ଚିମିନିଭାଟିପଡାରେ ଗଣେଶ ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମିନିଭାଟିପଡାର ଶାସ୍ତ୍ରୀ କ୍ଲବଠାରେ ଗଣେଶ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ସମସ୍ତ ପର୍ବ ଫିକା ପଡି ଯାଇଥିବା ବେଳେ ଚଳିତ ବର୍ଷ କରୋନା କଟକଣାକୁ କୋହଳ କରାଯାଇଥିବା ଯୋଗୁଁ ଉକ୍ତ ପଡାରେ ବେଶ ଉତ୍ସାହ ଉଦ୍ଧୀପନାର ସହ ଗଣେଶ ପୂଜା ପାଳିତ ହୋଇଯାଇଛି । ଏହି ଅବସରରେ ବିବେକା, ଜିତ, ବିଭୁ, ବିଧୁର, ଚନ୍ଦନ, ରାହୁଲ, ରୋହନ, ରାକେଶ, ନାଡୁ, ବିଘ୍ନେଶ, ଶ୍ରୀଧର, ମନୋଜ, ଭୀରୁ ଓ ଅନ୍ୟମାନେ ସକ୍ରିୟ ଅଂଶ ଗ୍ରହଣ କରି ପୂଜାକୁ ସଫଳ କରିଥିଲେ ।

Leave A Reply

Your email address will not be published.