ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର୍‌ଙ୍କୁ କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଗତକାଲି ସଂଧ୍ୟାରେ ଦୁର୍ଘଟଣା ଘଟାଇଥିବା ୧୬ ଚକିଆ ଟ୍ରକ୍‌ ଡ୍ରାଇଭରଙ୍କୁ ଆଜି କୋର୍ଟ ଚାଲାଣ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ୧୬ ଚକିଆ ଚାଉଳ ବୋଝେଇ ଟ୍ରକ୍‌ ଧକ୍‌କାରେ ବିକାଶ ବଘାରଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗିର ଟାଉନ୍‌ ପୋଲିସ ଘଟଣା ସ୍ଥଳରୁ ଟ୍ରକ୍‌ ଡ୍ରାଇଭର୍‌ଙ୍କୁ ଗିରଫ୍‌ କରିଥିଲା । ସଂପୃକ୍ତ ଟ୍ରକ୍‌ ଡ୍ରାଇଭର ଝାର୍‌ସୁଗୁଡ଼ା ଜିଲ୍ଲା କୁଲାଡିର ଥାନା ଝେଙ୍କାବାଡେ଼ ନିବାସୀ ଶୁକ୍ରୁ କିଶାନଙ୍କ ପୁଅ ସରୋଜ କିଶାନ(୩୦) ବୋଲି ସୂଚନା ମିଳିଛି । ତେବେ ସରୋଜ ବଲାଙ୍ଗିରରେ ରହି ଡ୍ରାଇଭିଂ କାମ କରି ଆସୁଥିବା କୁହାଯାଇଛି ।

Leave A Reply

Your email address will not be published.