oom

ଗାନ୍ଧୀ ଜୟନ୍ତୀ ଅବସରରେ ମାଁ ରାମଚଣ୍ଡୀଙ୍କ ପୀଠରେ ଟିପିଡବ୍ଲୁଓଡିଏଲ୍‌ ଛତ୍ରପୁର ଶାଖା ତରଫରୁ ସଫେଇ ଅଭିଯାନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ବିଦ୍ୟମାନ କରିଥିବା ଆଦ୍ୟାଶକ୍ତି ମାଁ ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଗତ ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଆସିଥିବା ଏହି ପାର୍ବଣ ଉତ୍ସବ ଅକ୍ଟୋବର ୧୦ ତାରିଖରେ ସମାହିତ ହେବ ବୋଲି ଜଣାଯାଇଛି । ଏହି ଅବସରରେ ଷୋଡ଼ଶ ଦିନାତ୍ମକ ପୂଜା ଚାଲୁଥିବାବେଳେ ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଟି. ପି. ଡବ୍ଲୁ. ଓ. ଡି. ଏଲ୍‌ ଛତ୍ରପୁର ଶାଖାର ବିଦ୍ୟୁତ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ମନ୍ଦିର ପୂଜାକମିଟିର ସହଯୋଗରେ ସ୍ୱଚ୍ଛତା ହିଁ ଆମ ଦେଶ, ସ୍ୱଚ୍ଛତା ହଁ ଆମ ଜୀବନ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ମନ୍ଦିର ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା, ଉପଦେଷ୍ଟା ରାଜେଶ କୁମାର ମିଶ୍ର, ସହ ସଂଯୋଜକ ତୁଷାର ଶତପଥୀ, ପୂଜା କମିଟି ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ସନ୍ତୋଷ ମିଶ୍ର, ପୂଜା କମିଟି ସଭାପତି ତଥା ସ୍ଥାନୀୟ ସରପଞ୍ଚ ଅଜୟ ନାୟକ, ମନ୍ଦିର ମ୍ୟାନେଜର ସନ୍ତୋଷ ପଣ୍ଡା, ମୁନା ଗୌଡ଼, ଉପେନ୍ଦ୍ର ବେହେରା, ସୁଧୀର ମହାରଣା ପ୍ରମୁଖ ସଦସ୍ୟ ଯୋଗଦେଇ ସଫେଇ କାର୍ଯ୍ୟକ୍ରମରେ ହାତ ବଢ଼ାଇ ମନ୍ଦିର ଚର୍ତୁପାଶ୍ୱର୍ ସକାଳ ୭ ଘଟିକାରୁ ଦିବା ୧୦ଟା ପର୍ଯ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ସର୍ବଶେଷରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି । ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଷୋଡ଼ଶ ଦିନାତ୍ମକ କାର୍ଯ୍ୟକ୍ରମରେ ସହାୟତାର ହାତ ବଢାଇ ଥିବାରୁ ସେମାନଙ୍କ ଭୂୟସୀ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.