ଗାନ୍ଧୀଙ୍କ ଶାନ୍ତିବାର୍ତ୍ତା ଯୁଗ ଯୁଗ ଧରି ବିଶ୍ୱକୁ ପ୍ରେରଣା ଯୋଗାଇବ : ଗାନ୍ଧୀ ସ୍ମୃତି କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀଭବନ ସମ୍ମୁଖସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଗାନ୍ଧୀ ବିଚାର ଓ ବାର୍ତ୍ତା ଯୁଗ ଯୁଗ ଧରି ସମଗ୍ର ବିଶ୍ୱକୁ ଶାନ୍ତି ସହ ସହଭାବନା ସ୍ଥାପନ ପାଇଁ ପ୍ରେରଣା ଯୋଗାଇବ ଓ ପ୍ରଭାବିତ କରିବ ବୋଲି ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ବ୍ୟକ୍ତିଗତ ମତ ପ୍ରକାଶ ପାଇଥିଲା । ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଶିଷ୍ଟ ଗାନ୍ଧୀବାଦୀ ସୂଚନାକର୍ମୀ ହେମନ୍ତ କୁମାର ପଣ୍ଡା ଓ ସାମ୍ବାଦିକ ଯୁଧିଷ୍ଟିର ମେହେର ସଭା ପରିଚାଳନା କରିଥିଲେ । ଅନୁଷ୍ଠିତ ଜୟନ୍ତୀ ସଭାରେ ରାମଧୁନ ଗାନ କରାଯାଇଥିବା ବେଳେ ଗୋବିନ୍ଦ ସରାଫ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଗୀତ ଗାଇ କମିଟିର ସଦସ୍ୟମାନେ ଭାବ ବିହ୍ୱଳ ହୋଇଗଲେ । ଜୟନ୍ତୀ ସଭାରେ ଗାନ୍ଧୀଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଗାନ୍ଧୀ ବିଚାର ଆହୁରି ଯାଜୁଲ୍ୟମାନ ହେବ ବୋଲି ଉପସ୍ଥିତ ବକ୍ତାମାନେ ମତପ୍ରକାଶ କରିଥିଲେ । ମନୋରଂଜନ ପୁରୋହିତ, ସମ୍ବାଦିକ ବିରେନ୍ଦ୍ର ଝାଙ୍କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର, ପ୍ରଶାନ୍ତ ମହାକୁର, ଶିକ୍ଷୟତ୍ରୀ କସ୍ତୁରୀ ରଥ ଉପସ୍ଥିତ ଥିଲେ । ଶେଷରେ ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.