oom

ଗନ୍ଧମାର୍ଦ୍ଦନର ସୁରକ୍ଷା ସହ ନୃସିଂହନାଥ ପୀଠକୁ ଜାତୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବୀ କଲା : ବରଗଡ ଓକିଲ ସଂଘ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂଣ୍ୟପୀଠ ନୃସିଂହନାଥ ପରିସରରେ ରବିବାର ବରଗଡ଼ ଓକିଲ ସଂଘର ଏକ ବୈଠକ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଶିଷ୍ଠ ଓକିଲ ଭବାନୀ ସାହୁ, କିଶୋର ସାହୁ, ରାଜେନ୍ଦ୍ର ସିକନ୍ଦର, ବିରବଲ ମହାକୁଡ଼, ବୀରେନ୍ଦ୍ର ପଧାନ, ରମେଶ ମହାପାତ୍ର, ଅଜିତ ଶତପଥୀ, ବିମଲ ଦାସ, ସୁଶାନ୍ତ ସାହୁ, ସୁବାସ ପଧାନ, ଜଟାଧାରି ପଧାନ ପ୍ରମୁଖ ଓକିଲମାନେ ଯୋଗଦେଇ ଗନ୍ଧମାର୍ଦ୍ଦନ ପାର୍ବତକୁ ସୁରକ୍ଷା, ନୃସିଂହନାଥ ପୀଠକୁ ଜାତୀୟ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ,ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟକୁ ନୃସିଂହନାଥ ଜାତୀୟ ମହାବିଦ୍ୟାଳୟକୁ ୟୁନିଭୋରସିଟି ତଥା ଗବେଷଣା କେନ୍ଦ୍ରର ମାନ୍ୟତା, ଭାରତ ସରକାର ଦେବାପାଇଁ ଦାବୀ କରିଛନ୍ତି । ଏଥି ସହ ନୃସିଂହନାଥକୁ ଆହୁରି ଉନ୍ନତି କରିବାକୁ ମଧ୍ୟ୍ୟ ଦାବୀ କରିଛନ୍ତି । ଶେଷରେ ଅଜିତ ଶତପଥି ନିଜର ମନ୍ତବ୍ୟ ସହ ଧନ୍ୟବାଦ ଦେଇଥିଲେ । ଏହାପରେ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଏଠାରେ ଗନ୍ଧମାର୍ଦନ ସୁରକ୍ଷା ପାରିଷଦର ସଂକଳ୍ପ ସମାବେଶରେ ଯୋଗଦେଇ ଥିଲେ ।

jittmm
Leave A Reply

Your email address will not be published.