ତୁରେକେଲା ବ୍ଲକ ମହଖଣ୍ଡ ପଂଚାୟତ ଜନଶୁଣାଣିରେ ଗଣ୍ଡଗୋଳ ପରିସ୍ଥିତି

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ପାଞ୍ଚାୟତ ସ୍ତରୀୟ ଜନଶୁଣାଣୀରେ ଝାମେଲା ଓ ମାଡ଼ପିଟ୍‌ ଅଳ୍ପକେ ବର୍ତ୍ତିଲେ ଜିଆର୍‌ଏସ୍‌ ବାବୁ । ଜିଆର୍‌ଏସ୍‌ଙ୍କ ନାଁରେ ଲାଞ୍ଚ ନେବାର ଅଭିଯୋଗ କଲେ ଗ୍ରାମବାସୀ । ସୂଚନା ଅନୁସାରେ ସୋମବାର ଦିନ ମହଖଣ୍ଡ ପଂଚାୟତ ସ୍ତରୀୟ ଜନଶୁଣାଣି ଶିବିର ଆୟୋଜିତ ହୋଇଥିଲା । ଏଥିରେ ମହଖଣ୍ଡ ପଂଚାୟତର ସରପଞ୍ଚ ଶ୍ରୀମତୀ ଗୋଜା କୁମ୍ଭାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ସଚିନ ବେହେରା ଓଜିଆର୍‌ଏସ୍‌ ରାଜକୁମାର ଶର୍ମା ଯୋଗଦେଇ ଅଭିଯୋଗ ଶୁଣାଣି ଚାଲିଥିଲା । ପଂଚାୟତ ଅନ୍ତର୍ଗତ ୫ଟି ଗାଁର ଉଭୟ ପୁରୁଷ ମହିଳା ଆସି ତାଙ୍କ ନିଜ ନିଜ ସମସ୍ୟା ଲେଖି ଜଣାଇ ଥିଲେ । ଅନେକ ଦିନରୁ ମନରେଗା କାର୍ଯ୍ୟ କରି ଶ୍ରମିକ ଟଙ୍କାନ ପାଇବାର ଅଭିଯୋଗ ମଧ୍ୟ ହୋଇଥିଲା । ଜିଆର୍‌ଏସ୍‌ ରାଜକୁମାର ଶର୍ମା ମନରେଗା ଟଙ୍କା ପାଇଁ ଲାଞ୍ଚ ମାଗିବା ସହ ଖାତାରେ ଟଙ୍କା ନପକାଇ ହଇରାଣ କରିଥିବା ଅଭିଯୋଗ ହୋଇଥିଲା । ମାସ ମାସ ମନରେଗା କାର୍ଯ୍ୟ କରି ଶ୍ରମିକ ଟଙ୍କା ନପାଇ ଥିବା ସହ ହଇରାଣ କରୁଥିବା ମଧ୍ୟ ଲୋକେ କହି ଥିଲେ । ଉକ୍ତ ଜନଶୁଣାଣିରେ ଉତ୍ୟକ୍ତ ଲୋକେ ଝମେଲା ଝାଟି ହେବା ସହ ଜିଆର୍‌ଏସ୍‌କୁ ଧକ୍କା ମାରି ଥିବା ଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଗଣ୍ଡଗୋଳ ପରିସ୍ଥିତି ଧସ୍ତା ଧସ୍ତି ହେବା ସହ ଏକ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଘଟଣାସ୍ଥଳରେ ତୁରେକେଲା ପୋଲିସ ପହଂଚି ବୁଝା ସୁଝା କଲା ପରେ ପରିସ୍ଥିତି ସ୍ୱଭାବିକ ହୋଇଥିଲା । ପଂଚାୟତ ସରପଞ୍ଚ ଓଇଓ ନିୟମିତ ପଂଚାୟତ ଆସୁଥିବା ବେଳେ ଜିଆର୍‌ଏସ୍‌ ପଂଚାୟତକୁ ବିଲକୁଲ ଅସୁନଥିବା ଅଭିଯୋଗ ହୋଇ ଥିବା ଜଣାପଡିଛି । ଶହ ଶହ ଲୋକ ଜନଶୁଣାଣୀ ଶିବିରର ଗାଳି ଗୁଳଜ କରିଥିଲେ । ପରେ ଜିଆର୍‌ଏସ୍‌ ଲୁକି ପଳାୟନ କରିଥିବା ଖବର ସାମ୍ନାକୁ ଆସିଛି । ତେବେ ରାଜ୍ୟ ସରକାର ଜନସାଧାରଣଙ୍କ ସମସ୍ୟା ପାଇଁ ଅନେକ ସମୟରେ ଯତ୍ନବାନ ହେବା ପାଇଁ ସରକାରୀ ଅଧିକରିଙ୍କୁ ତାଗିଦ କରୁଥିବା ବେଳେ ଏଭଳି ଅସ୍ୱାଭାବିକ ପରିସ୍ଥିତି ଉପୁଜୁଥିବା ନିଶ୍ଚୟ ପ୍ରଶାସନର ସେବା ମନୋବୃତି କିମ୍ବା କର୍ତବ୍ୟ ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ତଦନ୍ତ କରି ଜିଆର୍‌ଏସ୍‌ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି । ଏନେଇ ମହାଖଣ୍ଡ ସରପଞ୍ଚ ଓ ତୁରେକେଲା ବିଡ଼ିଓଙ୍କ ପ୍ରତି କ୍ରିୟା ମିଳି ପାରି ନାହିଁ ।

Leave A Reply

Your email address will not be published.