କଟଙ୍ଗପାଲି ଗ୍ରାମରେ ନାମଯଜ୍ଞକୁ କେନ୍ଦ୍ରକରି ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଗଣ୍ଡଗୋଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟଙ୍ଗପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମରେ ନାମଯଜ୍ଞକୁ କେନ୍ଦ୍ରକରି ସବର୍ଣ୍ଣ ଓ ଅସବର୍ଣ୍ଣକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇ ଉଭୟ ପକ୍ଷରୁ ମାଡ୍‌ପିଟ୍‌ ହୋଇ ଥିବାର ଜଣାପଡିଛି । ଏ ସଂକ୍ରାନ୍ତରେ ଅସବର୍ଣ୍ଣ ପଡ଼ାର ଇଳାବତୀ କୁମ୍ଭାର ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦେଇଛନ୍ତି । ଅଭିଯୋଗ ଅନୁସାରେ ଇଳାବତୀଙ୍କର ସ୍ୱାମୀ ଚନ୍ଦ୍ରମଣି କୁମ୍ଭାର ଗତ ୬ ଗୁରୁବାର ଦିନ ସକାଳ ୬ଟା ସମୟରେ ଗ୍ରାମରେ ଥିବା ଭୁବନେଶ୍ୱର ସାହୁଙ୍କର ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ । ସେହି ସମୟରେ ସେଠାରେ ଭୁବନେଶ୍ୱର ସାହୁ, ଧୂବଳେଶ୍ୱର ସାହୁ, ଧର୍ମା ସାହୁ, ଚିତ୍ରସେନ ସାହୁ ଉପସ୍ଥିତ ଥିଲେ । ସେଠାରେ ନାମଯଜ୍ଞକୁ କେନ୍ଦ୍ର କରି ଚନ୍ଦ୍ରମଣି କୁମ୍ଭାରକୁ ଅଶ୍ଲୀଳ ଭାଷାରେ ଗାଳି ଦେଇ ସେ ମାନେ ତୁ ରାଜନୀତି କରୁଛୁ ବୋଲି କହି ଜାତିକୁ ଆକ୍ଷେପ କରି ଲୁହାରଡ଼ରେ ମାଡ଼ ମାରି ଥିଲେ । ଏ ଖବର ପାଇ ସ୍ତ୍ରୀ ଇଳାବତୀ ଘଟଣାସ୍ଥଳକୁ ଯାଇ ସ୍ୱାମୀଙ୍କର ମୁଣ୍ଡଫାଟି ରକ୍ତାକ୍ତ ହୋଇଥିବାର ଦେଖିଥିଲେ । ସେ ଏ କଥାକୁ ପ୍ରତିବାଦ କରି କହିବାରୁ ତାକୁ ମଧ୍ୟ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଲେ ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ନେଇ ପାଇକମାଲ ଥାନାରେ ଏତଲା ଦେବାବେଳେ ଥାନା ଅଧିକାରୀ ଏତଲା ଗ୍ରହଣ କଲେ ନାହିଁ ଓ ମିସ ବ୍ୟବହାର କଲେ ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପାଇକମାଲ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଏହାମିଛ ଓ ସମ୍ପୃକ୍ତ ବ୍ୟକ୍ତିମାନେ ଆପୋଷ ଆଲୋଚନାରେ ସମାଧାନ କଲେଣି ବୋଲି କହିଥିଲେ ।

Leave A Reply

Your email address will not be published.