
ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବୁଢାବାହାଲ ପଂଚାୟତରେ ଅନାସ୍ଥା ପ୍ରସ୍ତାବ ହୋଇଥିବା ବେଳେ ଗଣତି ସ୍ଥଗିତ ହୋଇଛି । କିଛିଦିନ ତଳେ ସଇଁତଲା ବ୍ଲକ ବୁଢ଼ାବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଲତା କୁମ୍ଭାରଙ୍କ ବିରୁଦ୍ଧ ମନମୁଖି କାର୍ଯ୍ୟକଳାପ କରୁଥିବା ଅଭିଯୋଗ ନେଇ ଉପଜିଲ୍ଲାପାଳ ଟିଟିଲାଗଡଙ୍କ ଠାରେ ୯ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ପାଇଁ ଦାବି କରିଥିଲେ । ତେବେ ଗତ ୩୦ ତାରିଖ ଦିନ ଉପଜିଲ୍ଲାପାଳ ଅନାସ୍ଥା ନିର୍ବାଚନ ତାରିଖ ଘୋଷଣା ପରେ ଗତକାଲି ନିର୍ବାଚନ ହୋଇଥିଲା । ନିର୍ବାଚନ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ତଥା ସଇଁତଲା ତହସିଲଦାରଙ୍କ ଉପସ୍ଥିତିରେ ନିର୍ବାଚନ ଭୋଟ ଆରମ୍ଭ କରିଥିଲେ । ତେବେ ନିର୍ବାଚନରେ ସରପଞ୍ଚଙ୍କ ସମେତ ୯ଜଣ ୱାର୍ଡ ସଭ୍ୟ ଭୋଟ ଦେଇଥିଲେ । ଭୋଟ ସରିବା ପରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରିହାତିଦେଶ ହୋଇଥିବାରୁ ଫଳ ପ୍ରକାଶ ହୋଇ ନଥିବା ଘୋଷଣା କରିବେ ବୋଲି ନିର୍ବାଚନୀ ଅଧିକାରୀ ସୁଚନା ଦେଇଛନ୍ତି ।