ବିଦ୍ୟୁତ୍‌ ବିଲ୍‌ ବୃଦ୍ଧି ସହ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ବିଜେପି ପକ୍ଷରୁ ଗଣଧାରଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟୁତ୍‌ ବିଲ୍‌ ଦର ବୃଦ୍ଧି ସାଂଗକୁ ଟାଟା ପାୱାରର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆଜି ବ୍ରହ୍ମପୁରରେ ଟାଟା ବିଜୁଳି ବିତରଣ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି । ସୂଚନାନୁସାରେ ଚଳିତ ବର୍ଷ ପହିଲାରୁ ରାଜ୍ୟ ସରକାର ଟାଟା କମ୍ପାନୀକୁ ଓଡିଶାରେ ବିଦ୍ୟୁତ ଯୋଗାଣ ପାଇଁ ଦାୟିତ୍ଵ ଦେଇଥିଲେ । ଟାଟା କମ୍ପାନୀ ବିଦ୍ୟୁତ ବଣ୍ଟନ କରିବା ଆଳରେ ଗ୍ରାହକ ମାନଙ୍କୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରିଛି ଜିଲ୍ଲା ବିଜେପି । କରୋନା କାଳରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ଦର ଅହେତୁକ ବୃଦ୍ଧି ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜଣକ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତିଭୂଷଣ ଜେନା । ରାଜ୍ୟରେ ବିଦ୍ୟୁତ ଦର ୟୁନିଟ ପିଛା ୬ଟଙ୍କା କରାଯାଇଛି, ଯାହା କି ସାରା ଦେଶରେ ଓଡିଶାର ବିଦ୍ୟୁତ ଦର ସବୁଠାରୁ ଅଧିକ । ଗୁଜରାଟ ଭଳି ପ୍ରଗତିଶୀଳ ରାଜ୍ୟରେ ଦର ୪ ଟଙ୍କା ରହିଥିବା ବେଳେ ବିଦ୍ୟୁତ ବିକ୍ରି କରୁଥିବା ରାଜ୍ୟରେ କିପରି ଆହେତୁକ ବୃଦ୍ଧି କରାଯାଉଛି, ଏହା ରାଜ୍ୟ ସରକାରଙ୍କ କମ୍ପାନୀ ପ୍ରୀତି ବୋଲି ବୋଲି ବିଜେପିରର ବରିଷ୍ଠ ନେତା ମାନେ କହିଛନ୍ତି । ଅଘୋଷିତ ବିଜୁଳି କାଟ୍କୁ ବନ୍ଦକରି ସଂପୂର୍ଣ୍ଣ ରାଜ୍ୟକୁ ୨୪ ଘଂଟିଆ ବିଜୁଳି ଯୋଗାଇ ଦିଆଯାଉ ବୋଲି ଦାବୀ ହେଉଛି । କରୋନା ମହାମାରୀ ସମୟରେ ସରକାର ଜନ ସାଧାରଣଙ୍କୁ ସାହାର୍ଯ କରିବା ପରିବର୍ତେ ଲୋକ ମାନଙ୍କ ଠାରୁ ଅନୈତିକ ଉପାୟରେ ଅର୍ଥ ଲୁଟୁଛି ବୋଲି ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଛନ୍ତି ବିରୋଧୀ । ଆଜିର ଆୟୋଜିତ ଗଣଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର, ଜିଲ୍ଲା ବିଜେପି ସଭାପତି ବିଭୂତିଭୂଷଣ ଜେନା, ଜିଲ୍ଲା ବିଜେପିର ପୂର୍ବତନ ସଭାପତି କାହ୍ନୁ ଚରଣ ପତି, ଏଲ୍ ମୋହନ ଦାସ, ନମିତା ରାଣୀ ପଣ୍ଡା, ସୁବାଷିନୀ ପଟ୍ଟନାୟକ, ପ୍ରଭାତ କିରଣ ଷଢଙ୍ଗୀ, ସୁନିଲ କୁମାର ସାହୁ, ଗଙ୍ଗାଧର ଶତପଥୀ, ରାଜେଶ ସାହୁ, ମନୋଜ ପଟ୍ଟନାୟକ, ରାମ ପାତ୍ର, ମୁନ୍ନା ସାମନ୍ତରା, ପ୍ରଦୀପ ଶତପଥୀ, ଶରତ ସାହୁ, ଦ୍ୟାନସାମନ୍ତରା, ସୁଶିଳା ମଲ୍ଲିକ, କେ ଟୁଙ୍ଗୁରୁ ପାତ୍ର, ସୁରେଶ ସାହୁ, ବିଜୟ ଗୋପାଳ, ସନ୍ତୋଷ ପାଣିଗ୍ରାହୀ, ସରୋଜ ପାତ୍ର, ବିଜୟ ସାହୁ, ସତ୍ୟ ବସନ୍ତିଆ, ଶିବ ନାୟକ, ଅମୁଲ୍ୟ ଚୈଧୁରୀ, ରାଜୀବ କୁମାର ମିଶ୍ର, ଶିବ ପ୍ରସାଦ ପାତ୍ର, କିରଣ ସାହୁ, ସରୋଜ ଦାସ, ଡ. ସୁବାଷ ସାହୁ, ନିଳାଂଚଳ ପଣ୍ଡା, ଶିବ ଅଧିକାରୀ, ମଧୁସୁଦନ ସାହୁ, ଭିମସେନ୍ ବେହେରା, ରେଣୁକେଶ୍ୱର ରାଓ, ଶିବ ପାତ୍ର, ସନତ ନାୟକ, ସୁନିଲ୍ ପାତ୍ର, ଅହିଂଶା ସାହୁ, ବିଷ୍ନୁ ସୁବୁଦ୍ଧି, ପ୍ରବୀର ପାତ୍ର, ସନ୍ତୋଷ ସାହୁ, ମାଲି ସାହୁ, ଅଜିତ ପାତ୍ର, ବିକେଶ ପାଣିଗ୍ରାହୀ, ଜଗଦୀସ ପ୍ରଧାନ ଶିବ ନାୟକ , ସୁମିତ ପାତ୍ରଙ୍କ ସମେତ ଜିଲ୍ଲା ବିଜେପି ବହୁ ନେତା ଓ ମହିଳା କର୍ମୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.