lika

ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଟାଟା ପାୱାରର ପେଲେସ ଲାଇନ ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜି ପାଣିଗ୍ରାହୀଙ୍କ ନେତୃତ୍ୱରେ ସହରର ବିଭିନ୍ନ ରାଜନୈତିକ ଏବଂ ସାମାଜିକ ସଂଗଠନ ତରଫରୁ ପ୍ରଚଣ୍ଡ ରୌଦ୍ରତାପରେ ଅତିଷ୍ଠ ବଲାଙ୍ଗିର ସହରରେ ମେଣ୍ଟେନାନ୍‌ସ ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଓ ଅଘୋଷିତ ବିଦ୍ୟୁତ କାଟ ଏବଂ ଦେୟ ଆଦାୟ ପାଇଁ ଯାଉଥିବା ଟାଟା ପାୱାର କମ୍ପାନୀର କର୍ମଚାରୀଙ୍କ ବ୍ୟବହାରକୁ ତୀବ୍ର ବିରୋଧ କରି ବଲାଙ୍ଗିର ସ୍ଥିତ ଟାଟା ପାୱାରର ପେଲେସ ଲାଇନ ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।

ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ଏବଂ ଅନ୍ୟ ରାଜ୍ୟଗୁଡିକୁ ବିଦ୍ୟୁତ ବିକ୍ରି କରୁଥିବାର ମନେ ହେଉଛି । ରାଜ୍ୟ ସରକାର ବିଗତ ୧୦ବର୍ଷ ମଧ୍ୟରେ ୨୦ ହଜାର କୋଟି ଟଙ୍କା ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ କରିଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି, ହେଲେ ଟାଟା ପାୱାର କହୁଛି ରାଜ୍ୟରେ ମାତ୍ର ୫୦୦ କୋଟି ଟଙ୍କାର ଭିତ୍ତିଭୂମି ରହିଛି । ଏଥିରୁ ୧୫ହଜାର କୋଟି ଟଙ୍କାର ଦୁର୍ନୀତିର ଗନ୍ଧ ବାରି ହେଉଛି । ଏହି ଦୁର୍ନୀତି ତଥା ନିଜର ଦୁର୍ବଳତା କୁ ଲୁଚାଇବାକୁ ଏହି ଅଘୋଷିତ ବିଦ୍ୟୁତ କାଟ ହେଉନାହିଁ ତ ବୋଲି ବିଭିନ୍ନ ବକ୍ତା ନିଜ ମକ୍ତବ୍ୟ ରଖିଥିଲେ । ତା’ସହିତ ସମଗ୍ର ଓଡ଼ିଶାର ଟାର୍ଗେଟରୁ ପଶ୍ଚିମ ଓଡ଼ିଶା ଟାଟା ପାୱାର ୭୫% ଭଲ ସଂଗ୍ରହ କରିଛି ତା’ ସତ୍ୱେ ବିଦ୍ୟୁତ କାଟ ଗ୍ରାହକଙ୍କ ମନରେ ଅଶାନ୍ତି ସୃଷ୍ଟି କରୁଛି ବୋଲି ମତ ରଖିଥିଲେ । ଏହା ସହ ଟାଟା ପାୱାରକୁ ଚେତାବନୀ ଦିଆଯାଇଥିଲା ଯେ ଭବିଷ୍ୟତରେ ଏଭଳି ବିଦ୍ୟୁତ କାଟ ତଥା ଜୋର ଜବରଦସ୍ତ ବିଦ୍ୟୁତ ପାଉଣା ଆଦାୟ ଜାରି ରହିଲେ କମିଟି ରାଜରାସ୍ତାରେ ଆନ୍ଦୋଳନ କରିବା ସହ ଆଇନକୁ ନିଜ ହାତକୁ ନେବା ପାଇଁ ପଛେଇବ ନାହିଁ ବୋଲି ବକ୍ତାମାନେ ମତପ୍ରକାଶ କରିଛନ୍ତି ।

ଆଜିର ଏହି ଗଣଧାରଣାରେ ନାଗରିକ କମିଟିର ସାଧାରଣ ସଂପାଦକ ମନୋରଞ୍ଜନ ସାହୁ, ଅଶୋକ ମିଶ୍ର, ଚକ୍ରପାଣି ଦାସ, ସୈନିକ ସଂଘ ସାଧାରଣ ସମ୍ପାଦକ ପ୍ରତାପ ରଥ, ସିଭିଲ ସୋସାଇଟିର ସଭାପତି ନୀଳମଣି ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ମନୀଷ ମିଶ୍ର, ଅସିତ, ବିଜେପିର ବରିଷ୍ଠ ନେତା ପିତାମ୍ବର ଖମାରୀ, ଗିରିଶ ସିଂ ଦେଓ, ବୁଲୁ ସିଂ ଦେଓ, ଯୁବ ନେତା ବିନୋଦ କାଳସାଏ, ସନ୍ତୋଷ ସାହୁ, ରିଲୁ ରଥ, ଅପ୍ରମିତ ପରିଛା, ରବି ଖମାରୀ, ପ୍ରତାପ ତ୍ରିପାଠୀ, ସଞ୍ଜୟ ସାହୁ, ରାଜେନ୍ଦ୍ର ସେଠି, ସୁନିଲ ମିଶ୍ର, ପ୍ରଦୀପ ସାହୁ, ରଶ୍ମିରେଖା ଦାନୀ, ବନଶ୍ରୀ ଆଚାର୍ଯ୍ୟ, ମାହେଶ୍ଵରୀ ସଂଗଠନର ସଭାପତି ଅଙ୍କୁଶ ପାଣ୍ଡିଆ, ଶୋବନ ଅଗ୍ରୱାଲ, ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଗୋବିନ୍ଦ ଶତପଥୀ, ରବୀନ୍ଦ୍ର ପ୍ରଧାନ, ପଶ୍ଚିମ ଓଡିଶା ଯୁବାମଞ୍ଚର ବିରେନ୍ଦ୍ର ପାଣ୍ଡେ, ସ୍ମାଇଲ ଫର୍ ଅଲ୍‌ର ସଂଜୀବ ସାହୁ, ସୁଧାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିର ଏକ୍ସନ କମିଟିର ଉପସଭାପତି ମୁନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.