ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ତରଫରୁ ଜୁନ୍ ୧୨ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଦ୍ୱାରା ବାହାନଗା ରେଳ ଦୁର୍ଘଟଣାର ତଦନ୍ତ, କେନ୍ଦ୍ର ସରକାରଙ୍କ ହାତ ବାରିସୀ ସାଜି ଲୋକଙ୍କର ବିଶ୍ୱାସ ହରାଇଥିବା ସିବିଆଇ ତଦନ୍ତକୁ ପ୍ରତ୍ୟାହାର କରିବା, ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା, ସମସ୍ତ ମୃତକମାନଙ୍କର ନାମ ତାଲିକା ଫଟୋ ସହିତ ସାର୍ବଜନୀନ ଭାବେ ସବୁ ଭାଷାର ଦୈନିକ ଖବର କାଗଜରେ ପ୍ରକାଶ କରିବା ଏବଂ ମୃତକଙ୍କୁ ଚିହ୍ନଟ ପ୍ରକ୍ରିୟା ସରଳୀକରଣ, ପ୍ରତ୍ୟେକ ମୃତକଙ୍କ ପରିବାରକୁ ତତକ୍ଷଣାତ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ, ସମସ୍ତ ଆହତମାନଙ୍କୁ ଉନ୍ନତ ଏବଂ ଅତ୍ୟାଧୁନିକ ମାଗଣା ଚିକିତ୍ସା ପ୍ରଦାନ କରିବା ସହିତ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଆର୍ଥିକ ସହାୟତା ପ୍ରଦାନ, ପ୍ରତ୍ୟେକ ମୃତକଙ୍କ ପରିବାର ଏବଂ ଗୁରୁତର ଆହତ ହୋଇ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବା ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ରେଳ ବିଭାଗରେ ଖାଲି ପଡ଼ିଥିବା ୩ ଲକ୍ଷ ୧୨ ହଜାର ପଦବୀ ଅବିଳମ୍ବେ ପୂରଣ କରିବା, ରେଳ ବ୍ୟବସ୍ଥାର ସାମଗ୍ରିକ ଭିତ୍ତିଭୂମିର ବିକାଶ, ରେଳ ଧାରଣାର ରକ୍ଷଣାବେକ୍ଷଣ, ଆସନ୍ନ ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ କାରିଗରି କୌଶଳ “କବଚ” ବ୍ୟବହାର କରିବା ଘରୋଇକରଣ ପ୍ରକ୍ରିୟା ବନ୍ଦ, ରେଳଯାତ୍ରାରେ ସବୁ ଯାତ୍ରୀଙ୍କ ନିରାପତ୍ତା, ପାନୀୟ ଜଳ, ଉନ୍ନତ ପାଇଖାନା, ସଫେଇ ବ୍ୟବସ୍ଥା, ଖାଦ୍ୟ ସାମଗ୍ରୀର ଗୁଣ ବୃଦ୍ଧି, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଲୋକ ରନିଙ୍ଗ ଷ୍ଟାଫ, ଗାର୍ଡ ଏବଂ ଅନ୍ୟାନ୍ୟ ଷ୍ଟାଫଙ୍କ କାର୍ଯ୍ୟ ସମୟ କମାଇବା ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦେଇ ବଜେଟରେ ଅର୍ଥ ବିନିଯୋଗ କରିବା, ସାଧାରଣ ଯାତ୍ରୀଙ୍କ ଯାତାୟତ ପାଇଁ ଅଧିକରୁ ଅଧିକ ସ୍ଲିପର କୋଚ, ସାଧାରଣ କୋଚ ପ୍ରଚଳନ କରିବା ସହିତ ସୁଲଭ ମୂଲ୍ୟରେ ରେଳ ଯାତ୍ରା କରିବା ସୁବିଧା ଇତ୍ୟାଦି ଯୋଗାଇବା ପାଇଁ ବ୍ୟବସ୍ଥା କରିବା ଏବଂ ୨୦୧୪ ମସିହାରେ କେନ୍ଦ୍ରରେ ଏନ୍‌ଡ଼ିଏ ସରକାର କ୍ଷମତାକୁ ଆସିଲା ପରେ ରେଳବାଇର ଘରୋଇକରଣ କରିବା ପାଇଁ ବିବେକ ଦେବରାୟ କମିଟିର ସୁପାରିଶ ରେଳ ଭିତ୍ତିଭୂମିକୁ ବିପର୍ଯ୍ୟୟରେ ପରିଣତ କରିଛି । ରେଳବାଇର ଘରୋଇକରଣ ରୋକିବା ପାଇଁ ତୁରନ୍ତ ଦେବରାୟ କମିଟି ସୁପାରିଶକୁ ପ୍ରତ୍ୟାହାର କରିବା ଦାବୀରେ ଆଗାମୀ ୧୨ ଜୁନ୍ ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ଵର ଓ ରାଉରକେଲା ରେଳଷ୍ଟେସନ ଆଗରେ ବିକ୍ଷୋଭ, ଗଣଧାରଣା କାର୍ଯ୍ୟକ୍ରମ ସଂଗଠିତ କରିବା ପାଇଁ ଆହ୍ୱାନ କରାଯାଇଥିବା ବେଳେ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା କାର୍ଯ୍ୟକ୍ରମ ସଂଗଠିତ କରିବା ପାଇଁ ଆଜି ରାଉରକେଲାଠାରେ ମିଳିତ ବିରୋଧୀ ରାଜନୈତିକ ଦଳ ଜାତୀୟ କଂଗ୍ରେସ, ସିପିଆଇଏମ୍, ସିପିଆଇ, ସିପିଆଇ-ଏମ୍‌ଏଲ୍ (ଲିବେରେସନ) ଓ ଆମ୍ ଆଦମୀ ପାର୍ଟିର ଏକ ବୈଠକ ସିପିଆଇଏମ୍ ଜିଲ୍ଲା କାର୍ଯ୍ୟାଳୟ ଏକେଜି ଭବନ ଶକ୍ତିନଗରଠାରେ ସିପିଆଇଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜାତୀୟ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ବୀରେନ ସେନାପତି, ଆଇନଜୀବୀ ଗଣେଶ ପ୍ରଧାନ, ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସ, ଇସ୍ତେହର ମହମ୍ମଦ, ସିପିଆଇ ଜିଲ୍ଲା ସଂପାଦକ ପ୍ରଦୋଷ ମହାନ୍ତି, ସୁଶାନ୍ତ କୁମାର ଲେଙ୍କା, ସଂଜୟ ମହେସୁରୀ, ସିପିଆଇଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ସୁରେନ୍ଦ୍ର ମହାନ୍ତି, ଦିବାକର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଜୁନ ୧୨ ସକାଳ ୮ ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା କାର୍ଯ୍ୟକ୍ରମ ସଂଗଠିତ କରାଯିବା ସହ ଏଆର୍‌ଏମ୍‌ଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏକ ୧୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଜୁନ ୧୨ ତାରିଖରେ ଏହି ଦାବୀ ନେଇ ଭୁବନେଶ୍ୱର ପୂର୍ବତଟ ରେଳପଥ ହେଡ଼ କ୍ୱାର୍ଟର, ବାଲେଶ୍ୱର ବ୍ରହ୍ମପୁର ଏବଂ ରାଉରକେଲା ଥରେ ଅନୁରୂପ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଘୋଷଣା କରାଯାଇଛି ।

Leave A Reply

Your email address will not be published.