jayashree

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ସମୂହ ଛୁଟି ସହ ମ.ରାମପୁରର ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ମ.ରାମପୁର, (ହେମନ୍ତ ସାହୁ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡେରସନ୍‌ ମ.ରାମପୁର ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବୀ ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଗତ ଅଗଷ୍ଟ ପାଞ୍ଚ ତାରିଖ ଦିନ ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀର କୌଣସି ସମାଧାନ କିମ୍ବା ନିର୍ଭର ପ୍ରତିଶ୍ରୁତି ନ ମିଳିବାରୁ ଆଜି ଶିକ୍ଷକମାନେ ସମୂହ ଛୁଟି ସହ ସାରା ଓଡ଼ିଶାର ପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଗଣଧାରଣାରେ ବସିଥିଲେ । ସଂଘର ସଭାପତି ବିଭୁତି ଭୂଷଣ ପ୍ରହରାଜଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକମାନେ ଧାରଣାରେ ବସିଥିଲେ । ତିନି ଦଫା ଦାବୀ ଯଥା ରାଜ୍ୟ ସରକାର ଠିକା ଉଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରାଯାଉ ତଥା ବିଦ୍ୟାଳୟରେ ଥିବା ଗଣଶିକ୍ଷକ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦିଆଯାଉ । ରାଜ୍ୟରେ କେନ୍ଦ୍ର ସରକାର ନୂତନ ଶିକ୍ଷା ନିତିକୁ ପ୍ରଣୟନ କରି ତଦନୁଯାୟୀ କାର୍ଯ୍ୟ କରୁଥିବାରୁ ତଥା ମୂଳ ପଦବୀ ଯୋଗ୍ୟତାରେ ପରିବର୍ତନ ହୋଇଥିବାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୂଳ ବେତନ ଲେବୁଲ- ୯ କେନ୍ଦ୍ର ହାରରେ ଗ୍ରେଡ ପେ ୪୨୦୦ ଶହ କରାଯାଉ, ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ୍‌କୁ ପୁନଃ ପ୍ରଚଳନ କରିବା ନେଇ ଦାବୀ କରିଛନ୍ତି । ଆଜିର ଏହି ସମୂହ ଛୁଟି ଓ ଧାରଣାରେ ମ.ରାମପୁର ବ୍ଲକ୍‌ର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ୍ ରହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିବାରୁ ବ୍ଲକ୍ ସଭାପତି ଶ୍ରୀ ପ୍ରହରାଜ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିରେ ବିରେନ୍ଦ୍ର କୁମାର ରଥ, ସହଦେବ ସାହୁ, ପିତାମ୍ବର ସାହୁ, ମୁକେଶ ହୋତା, ମୋହନ ନାଏକ, ଶିବ ଶଙ୍କର ପଣ୍ଡା, ପ୍ରତାପ ନାଏକ, ପ୍ରଫୁଲ୍ଲ ସାହୁ, ମଧୁ ସୂଦନ ସିଂହ, ବନମାଳୀ ମହାଖୁଡ଼, ତ୍ରିଲୋଚନ ମହାଖୁଡ଼, କୁନୁ ରଥ, ଶିରିଶ କାନ୍ତ ପଣ୍ଡା, ମୃତ୍ୟୁଞ୍ଜୟ ପୁଟେଲ, ସୁବୋଧ ଛତ୍ରିଆଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.