jayashree

ଗାଁ ମୁହାଁ କରୋନା ଚିନ୍ତାରେ ଲୋକେ : ସ୍ଥିତି ଅନୁଧ୍ୟାନ କରୁଛି ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନାକୁ ନେଇ ଏବେ ଚିନ୍ତାରେ ଲୋକେ ଓ ପ୍ରଶାସନ । ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗୁଛି । ହେଲେ କମିବାରେ ନାଁ ନେଉ ନାହିଁ । ତେବେ ବଲାଙ୍ଗିର ଜିଲ୍ଲାରେ ଲଗାତାର ଭାବରେ ବୃଦ୍ଧି ପାଉଛି । ତେବେ ସଇଁନ୍ତଲା ବ୍ଳକର ବିଭିନ୍ନ ଗ୍ରାମରେ ବିଗତ ପାଞ୍ଚ ଦିନ ହେଲାଣି ୧୫୦ରୁ ଅଧିକ ନଳଆଁ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଘରେ ଘରେ କାଶ ଜ୍ଵର ହେଉଥିବା ବେଳେ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ଼ ପରୀକ୍ଷା ମଧ୍ୟ କରାଯାଉ ଥିବା ବେଳେ କରୋନା ହ୍ରାସ ପାଇବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ନେଇ ଚିନ୍ତାରେ ସାଧାରଣ ଲୋକେ । ଗତ କିଛି ଦିନ ହେଲାଣି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଅନେକ ନୀରିହ ଲୋକଙ୍କ ଉପରେ କରୋନା ମାଡ଼ରେ ଲୋକେ ଭୋକ ଉପାସରେ ରହୁଥିବା ମଧ୍ୟ ଦେଖିବାକୁ ମିଳିଛି । ଲକଡାଉନ ଯୋଗୁଁ କାମ ଧନ୍ଦା ନପାଇ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିଲେ ହେଲେ ଏବେ କରୋନାର ଦ୍ୱିତୀୟ ଲହରୀ ଭୟରେ ଲୋକେ ଗାଁ ମୁହା ହେଉଛନ୍ତି । ଅନ୍ୟପଟେ କରୋନା ମହାମାରୀ ସମୟରେ ଅନେକ ଲୋକଙ୍କ ସ୍ୱସ୍ଥ୍ୟବସ୍ଥା ଠିକ ନ ଥିବା ବେଳେ ଅନେକ ଲୋକେ କରୋନାରେ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଲୋକେ ଭୟ କରିବେ ବୋଲି ସଠିକ ସୂଚନା ଦେଉ ନଥିବା ପରିଲକ୍ଷିତ ହେଉଛି । ତେବେ ଏଭଳି ଭାବେ କରୋନା ବୃଦ୍ଧି ପାଇବାରେ ଲାଗୁଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେବେ ହ୍ରାସ ପାଇବା ତାହାକୁ ନେଇ ଏବେ ଚିନ୍ତାରେ ଲୋକେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରୁଥିଲେ ମଧ୍ୟ ଅନେକ ଲୋକେ ସଚେତନତା ନ ଥିବା ମଧ୍ୟ ଦେଖାଦେଇଛି । ଅନ୍ୟପଟେ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ, ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟନାୟକ ବ୍ଳକର ବିଭିନ୍ନ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ମଧ୍ୟ ସଚେତନତା କରୁଛନ୍ତି ।

Leave A Reply

Your email address will not be published.