ls

ଘଞ୍ଚଜଙ୍ଗଲ ପାହାଡ଼ ଉପରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା

sb
  • ଆତ୍ମହତ୍ୟା ପାଇଁ କାନ୍ଧର ଗାମୁଛା ସାଜିଲା ହତିଆର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଡୁଡକିପଦର ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରପାହାଡ଼ ଉପରେ ଜଣେ ବ୍ୟକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଯୁବକଙ୍କ ବେକରେ ଥିବା ଗାମୁଛା ସାଜିଛି ତାଙ୍କ ମୃତ୍ୟୁର ଫାଶ । ଗୋଟିଏ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିିୟା ଆରମ୍ଭ କରିଛି । ସୂଚନା ଅନୁଯାୟୀ ଡୁଡକିପଦର ଗ୍ରାମର ମୋହନ ପୁଟେଲ (୪୨) ଗତ ଫେବୃଆରୀ ମାସ ୨୦ ତାରିଖରୁ ଘରୁ ନିଖୋଜ ଥିଲେ ଏନେଇ ପରିବାର ଲୋକ ଖପ୍ରାଖୋଲ ଥାନାରେ ଫେବୃଆରୀ ୨୨ ତାରିଖ ଏକ ଲିଖିତ ଅଭିଯୋଗ କରିଥିଲେ । ପରିବାର ଲୋକ ଏବଂ ପୋଲିସ ବହୁ ଖୋଜିଲା ପରେ ମଧ୍ୟ ନିଖୋଜ ବ୍ୟକ୍ତିକୁ ପାଇନଥିଲେ । ଡୁଡକିପଦର ଗ୍ରାମର କିଛି ଲୋକ ଆଜି ପାହାଡ଼ ଉପରେ ଗୋଟିଏ ଗଛରେ କୌଣସି ବ୍ୟକ୍ତି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । କିନ୍ତୁ ମୃତକଙ୍କ ଶରୀର ତଳେ ପଡି ଯାଇ ହାଡ଼ କଙ୍କାଳରେ ପରିଣତ ହୋଇଯାଇଥିଲା । ଏନେଇ ଖପ୍ରାଖୋଲ ଥାନାକୁ ଯୋଗାଯୋଗ କରାଯାଇଥିଲା ଖପ୍ରାଖୋଲ ଥାନାଧିକାରୀ ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଗୋଟିଏ ଗାମୁଛା ଗଛରେ ଝୁଲୁ ଥିବା ବେଳେ ତଳେ ମୃତକ ବ୍ୟକ୍ତିର ହାଡ଼ କଙ୍କାଳ, ଚପଲ ଏବଂ ଗୋଟିଏ ଟାଙ୍ଗିଆ ପଡିଥିବାର ଦେଖିବାକୁ ପାଇଥିଲେ । ନିଖୋଜ ଥିବା ବ୍ୟକ୍ତିର ପରିବାର ସେଠାରେ ପଡ଼ିଥିବା ଚପଲ, ଗାମୁଛା ଏବଂ ଟାଙ୍ଗିଆକୁ ଦେଖି ନିଖୋଜ ଥିବା ମୋହନ ପୁଟେଲ ବୋଲି ଚି଼ହ୍ନଟ କରିଥିବା ଜଣାପଡିଛି । ଖପ୍ରାଖୋଲ ପୋଲିସ ମୃତକର ହାଡ କଙ୍କାଳ ଏବଂ ପାଖରେ ପଡ଼ିଥିବା ସମସ୍ତ ସାମଗ୍ରୀକୁ ଜବତ କରି ଥାନାକୁ ଆଣିଥିବାବେଳେ ସେ ସବୁକୁ ଫରେନସିକ ଲେବକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବା ସହ ମୃତକ ମୋହନ ପୁଟେଲର ମୃତ୍ୟୁର କାରଣ ତଦନ୍ତ କଲାପରେ ଏବଂ ଫରେନସିକ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ଏନେଇ ଖପ୍ରାଖୋଲ ଥାନା ୟୁ ଡି କେସ ନଂ ୮/୨୦୨୪ରେ ଏକ ଅପମୃତ୍ୟୁ ମାମଲା ଋଜୁ କରି ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି ।

pc pk
Leave A Reply

Your email address will not be published.