oom

ଲାନ୍ଥନଦୀ କୂଳରୁ ଅଜଣା ବ୍ୟକ୍ତିର ଗଳିତ ମୃତ ଦେହ ଉଦ୍ଧାର, ସଇଁତଲା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କରମତଲା ପଞ୍ଚାୟତ ସ୍ଥିତ ଛନଛଡ଼ା ପେଣ୍ଡରାମାଲ୍ ଲାନ୍ଥନଦୀ କୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ସଇଁତଲା ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ବୟସ ହାରାହାରି ୫୫ ହେବ ବୋଲି ଅନୁମାନ କରାଯାଉଛି । ଏ ନେଇ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ପଠାଯାଇଛି । ପ୍ରକାଶ ଯେ, ଛନଛଡା ଗ୍ରାମର କିଛି ବ୍ୟକ୍ତି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେବା ପରେ ସଇଁତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱବଧାନରେ ଏକ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ପୋଲିସ ପ୍ରକାଶ କରିଛି ।

jittmm
Leave A Reply

Your email address will not be published.