centurian jitm

ଶିକ୍ଷକ ନିଖୋଜ ଘଟଣା : ୧୨ଦିନ ପରେ ମିଲିଳା ଗଳିତ ଶବ

nschool

ବୌଦ୍ଧ, (ବଂଶୀଧର ମାଝୀ) : ନିର୍ବନ୍ଧ ସରିଥିଲା । ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ଦେବା ମଧ୍ୟ ସରିଥିଲା । ଆସନ୍ତା ମାର୍ଚ୍ଚ ୯ ତାରିଖରେ ବିବାହ ହୋଇଥାନ୍ତା କିନ୍ତୁ ପୁଅର ହତ୍ୟା ଖବର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ(୨୫) ଦୀର୍ଘ ୧୨ ଦିନ ହେଲା ନିଖୋଜ ଥିଲେ । ସୂଚନା ଅନୁସାରେ ୧୨ ତାରିଖ ସନ୍ଧ୍ୟା ସମୟରେ ବାସୁଦେବ ତାଙ୍କ ପିଉସୀ ପୁଅ ଭାଇ ବିଜେ ଭୋଇ ଓରଫ ବୃହସ୍ପତିଙ୍କ ସହ ମିଶି ଏକ ମୋଟର ସାଇକେଲରେ ବୁଲିବାକୁ ଯାଇଥିଲେ । ବିଶ୍ୱସ୍ତ ସୂତ୍ରରୁ ଜଣାଯାଏ ଯେ ବାସୁଦେବ ୪ବର୍ଷ ହେବ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ତୁଷୁରା ଥାନା ଅନ୍ତର୍ଗତ କର୍ଲାଖମନ ଗ୍ରାମର ଜନୈକ ଝିଅ ସହ ପ୍ରେମ ସଂପର୍କ ରଖିଥିଲେ । ପ୍ରେମିକା ଡାକିଛି କହି ଏକ ନିଛାଟିଆ ସ୍ଥାନରୁ ଏକୁଟିଆ ସେ ଝିଅ ପାଖକୁ ଯାଇଥିଲେ ଏବଂ ଫେରିବା ପର୍ୟ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ । ବାସୁଦେବର ଫେରିବା ବାଟକୁ ଚାହିଁ ବସିଥିଲେ ବିଜେ କିନ୍ତୁ ଫେରି ନଥିଲେ ବାସୁଦେବ । ବାସୁଦେବର ନିଖୋଜ ପଛରେ ତାଙ୍କ ପ୍ରେମିକାର ହାତ ଥାଇପାରେ ବୋଲି ସନ୍ଧେହ କରିଛନ୍ତି ତାଙ୍କ ମାଆ । ଏ ବିଷୟରେ କଣ୍ଟାମାଳ ପୋଲିସ ଗୁଡଭେଲା ପୋଲିସ ସହାୟତାରେ ଖୋଲତାଡ ଆରମ୍ଭ କରିଥିଲେ ହେଁ କୌଣସି ସୁରାକ ପାଇ ନଥିଲେ । ଅଞ୍ଚଳବାସୀ ମଧ୍ୟ ଦିନରାତି ଖୋଜୁଥିଲେ ଶେଷରେ ୧୨ଦିନ ପରେ କର୍ଲାଖମନ ନିକଟ ରାହୁଲ ନଦୀର ବିରିଘାଟ ଠାରେ ଶବ ପଡିଥିବା ସନ୍ଧାନ ମିଳିଛି । ଘଟଣା ସ୍ଥଳରେ ଗୁଡଭେଲା ଥାନାଧିକାରୀ ସଞ୍ଜିବ କୁମାର ପ୍ରଧାନ ପହଞ୍ଚି ତଦନ୍ତ କରି ଶବ ଚିହ୍ନଟ କରିଥିଲେ । ଆଜି ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କଲାପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି । ଅନ୍ୟପଟେ ବାସୁଦେବଙ୍କ ବିଧବା ମାଆ କମଳା ଏକମାତ୍ର ଶିକ୍ଷକ ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Leave A Reply

Your email address will not be published.