ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଭରୁଆମୁଣ୍ଡା ଗ୍ରାମରେ ଆଶ୍ଵିନ ମାସ କୃଷ୍ଣପକ୍ଷ ପୂର୍ଣ୍ଣିମା ତିଥିରେ ମାଁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣିବା ସହ ସ୍ଥାପନା କରଯାଇଥିଲା । ଘଣ୍ଟ ଶଂଖ ତାଳରେ ମାଁ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିବା ବେଳେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମାଁ ଗଜଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ପ୍ରତି ବର୍ଷ ମାଁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥାଏ ।କୋଭିଡ କଟକଣା ଯୋଗୁଁ ପୂଜାନୀତି କାନ୍ତି ଭାବରେ ପାଳନ କରାଯାଇଥାଏ ବୋଲି ପୂଜା କମିଟି ପକ୍ଷରୁ ଜଣାପଡିଛି । ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି ବୋଲି ସଭାପତି କହିଛନ୍ତି । ବିଧାୟକ ଶ୍ରୀ ମେହେରଙ୍କ ସମେତ ଅନ୍ୟ ସଦସ୍ୟ ମାନେ ମଦ୍ୟ ଦର୍ଶନ କରିବା ସମୟରେ ଉପସ୍ଥିତ ଥିଲେ ।